Webportal

ଶ୍ରୀମନ୍ଦିରକୁ ପାନ ଗୁଟକା ମନା

ଆଜି ଅନୁଷ୍ଠିତ ପୁରୀ ଶ୍ରୀ ମନ୍ଦିର ପରିଚାଳନା କମିଟିର ବୈଠକରେ ଆସନ୍ତା ଅଗଷ୍ଟ ଏକ ତାରିଖରୁ ଶ୍ରୀ ମନ୍ଦିର ଭିତରକୁ ଉଭୟ ସେବାୟ୍ୟତ ଏବଂ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପାନ ଗୁଟକା ନେବାକୁ ନିଷିଦ୍ଧ କରାଯାଇଛି।କଟକଣା ନ ମାନିଲେ ଜୋରିମାନା ଦେବାକୁ ପଡିବ।

ବଦଳିବ ରାଜ୍ୟ ସଚିବାଳୟ ନାମ

ଓଡ଼ିଶା ରାଜ୍ୟ ସଚିବାଳୟର ନାମ ବଦଳାଇ ରଖାଯିବ ଲୋକସେବା ଭବନ।ଆଜି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଏବେକାର ସଚିବାଳୟ କୁ ୧୯୫୯ ମସିହାରେ ତତ୍କାଳୀନ କେନ୍ଦ୍ରୀୟ ମନ୍ତ୍ରୀ ଗୋବିନ୍ଦ ବଲଃବ ପନ୍ତ ଉଦଘାଟନ କରିଥିଲେ।

ପାଳିତ ହେଲା ବିଶ୍ୱ ବ୍ୟାଘ୍ର ଦିବସ

ଅନୁଗୁଳ ରେ ଆଜି ପାଳିତ ହୋଇଛି ବିଶ୍ୱ ବ୍ୟାଘ୍ର ଦିବସ । ସଙ୍କଟରେ ପଡିଥିବା ବାଘଙ୍କର ବଂଶ ରକ୍ଷା ଲାଗି ସଚେତନତା ଦିବସ ଭାବେ ଆଜିର ଦିନକୁ ପାଳନ କରାଯାଇଛି । ୨୦୧୦ ମସିହା ଜୁଲାଇ ୨୯ ତାରିଖରେ ସେଂଟପିଟରର୍ସବର୍ଗ ସମିଟରେ ପ୍ରସ୍ତାବ ଗୃହିତ ହେବା ପରେ ବିଶ୍ୱବାସୀ ବ୍ୟାଘ୍ର ଦିବସ ପାଳନ…

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା

ଅନୁଗୁଳ ଜିଲ୍ଲାର ସଂଖପୁର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କୁ ନେଇ ଅଭିଭାବକ ମାନେ ସ୍କୁଲ ଗେଟ ରେ ତାଲା ପକାଇ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବସିଲେ ଧାରଣାରେ। ସେମାନଙ୍କ ଦାବି ହେଲା ଖାଲି ଥିବା ଇଂରାଜୀ ଓ ଗଣିତ ଶିକ୍ଷକ ପଦବୀ ତୁରନ୍ତ ପୂରଣ କରିବା ଏବଂ ବିଦ୍ୟାଳୟ ରେ ଜଣେ ହେଲେ…

କୋଇଲା ଖଣି ଦୁର୍ଘଟଣା ର ଷଷ୍ଠ ଦିନରେ ମଧ୍ୟ ଉଦ୍ଧାର ହୋଇ ପାରିଲେନି ଜଣେ ଶ୍ରମିକ

ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ଏମସିଏଲ ର ଭରତପୁର କୋଇଲା ଖଣି ଦୁର୍ଘଟଣା ର ଆଜି ଷଷ୍ଠ ଦିନରେ ମଧ୍ୟ ନିଖୋଜ ଥିବା ଜଣେ ଶ୍ରମିକ ଉଦ୍ଧାର ହୋଇ ପାରି ନାହାନ୍ତି।ପରିସ୍ଥିତି ର ସମୀକ୍ଷା ପାଇଁ ଆଜି ଏମସିଏଲ ସି ଏମ ଡି ବି.ଏନ. ଶୁକ୍ଳା ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି।

ନିଜ ପାଇଁ ସୁରକ୍ଷା ଦାବି କଲା ରାଜ୍ୟ ପୋଲିସ

ରାଜ୍ୟରେ ବାରମ୍ବାର ପୋଲିସ ଉପରେ ହେଉଥିବା ଆକ୍ରମଣ କୁ ନେଇ ଆୟୋଜନ ସାମ୍ବାଦିକ ସମ୍ମିଳନୀରେ ଡାକ୍ତର ମାନଙ୍କ ଭଳି ପୋଲିସ ପାଈଁ ମଧ୍ୟ ଆଇନଗତ ସୁରକ୍ଷା ଦାବି କରିଛି ରାଜ୍ୟ ପୋଲିସ ସଙ୍ଘ।ଏହି ଅବସରରେ ବାଲିଆପାଳ ଥାନା ଆଇଆଇସି ଙ୍କୁ ଆକ୍ରମଣ କରିବା ଘଟଣାକୁ ନିନ୍ଦା କରିବା ସହ ପୋଲିସର ସୁରକ୍ଷା…

ଜାମ୍ମୁ କାଶ୍ମୀରରେ ମୁତୟନ ହେବେ ୧୦୦ ଅତିରିକ୍ତ କମ୍ପାନୀ

ସ୍ବରାଷ୍ଟ୍ର ବିଭାଗ ପକ୍ଷରୁ ଆତଙ୍କବାଦ ଓ ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟି ରେ ରଖି ଜାମ୍ମୁ କାଶ୍ମୀର ରେ ଅତିରିକ୍ତ ଶହେ କମ୍ପାନୀ ମୁତୟନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ଏହି ନିର୍ଦେଶନାମା ଅନୁସାରେ ସିଆରପିଏଫ ର ୫୦ କମ୍ପାନୀ, ସଶସ୍ତ୍ର ସୀମା ବଳର ୩୦ କମ୍ପାନୀ ତଥା ବିଏସଏଫ ଓ…

କୋଇଲା ଖଣି ଅଘଟଣ ପାଇଁ ନିଲମ୍ବିତ ହେଲେ ଖଣି ମ୍ୟାନେଜର

ତାଳଚେର ଭରତପୁର କୋଇଲା ଖଣିରେ ମାଟି ଧସି ଦୁର୍ଘଟଣା ଘଟଣା ରେ କାର୍ଯ୍ୟରେ ଅବହେଳା ଦୋଷ ଦେଇ ଏମ୍.ସି.ଏଲ.ର ସି.ଏମ.ଡି ଭୋଲାନାଥ ଶୁକ୍ଲା ଭରତପୁର କୋଇଲାଖଣିର ମ୍ୟାନେଜର ଭି.କେ.ସିଂହଙ୍କୁ ନିଲମ୍ବନ କଲେ । ଏହା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରକ୍ରିୟା ର ଆରମ୍ଭ ନା ପ୍ରକୃତ ଦୋଷୀଙ୍କୁ…