Webportal

ସୋଇଥିବା ବେଳେ କାନ୍ଥ ଭାଁଙ୍ଗୀ ଜଣେ ମୃତ ଏବଂ ଦୁଇ ଜଣ ଗୁରୁତର

ଅନୁଗୁଳ ଜିଲ୍ଲା ଅାଠମଲ୍ଲିକ ବ୍ଲକ କିଅାକଟା ପଞ୍ଚାୟତ ହେଲେଇ ଗ୍ରାମରେ ଗତ ବିଳମ୍ବିର ରାତିରେ ଘରର କାନ୍ଥ ମାଡି ପରିବାରର ସୋଇଥିବା ୫ଜଣ ସଦସ୍ୟଙ୍କ ମଧ୍ୟରୁ ଜଣେ ମୃତ ଓ ୨ ଜଣ ଗୁରୁତର ହୋଇଛନ୍ତି । ହେଲେଇ ଗ୍ରାମର ଶୁସିଲ ହାତୀ ନାମକ ଜଣେ ବ୍ୟକ୍ତି ତାର ସ୍ତ୍ରୀ,ପୁଅ ଓ ୨ ଝିଅ କୁ ନେଇ ଶୋଇଥିଲା…

ପୁରୀର ବିକାଶ ପାଇଁ ୨୬୫ କୋଟି ଟଙ୍କାର ପ୍ରକଳ୍ପ କୁ ଅନୁମୋଦନ

ପୁରୀ ସହରର ଭିତ୍ତିଭୂମି ବିକାଶ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ୨୬୫ କୋଟି ଟଙ୍କାର ୫ ଗୋଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି ଯାହାଦ୍ୱାରା ଅଭଡ଼ା ଯୋଜନାରେ ପାଞ୍ଚ ଗୋଟି ଭିତ୍ତିଭୂମି ବିକାଶ ପ୍ରକଳ୍ପ…

ବିଜେପୁର ପାଇଁ କଂଗ୍ରେସ ର ୯ ଜଣିଆ କମିଟି ଗଠନ

ବିଜେପୁର ପାଇଁ ଏକ ୯ ଜଣିଆ କମିଟି କଂଗ୍ରେସ ପକ୍ଷରୁ ଗଠନ କରାଯାଇଛି।ଏହି କମିଟି ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀ ଯାଇ ଦଳର ସ୍ଥିତି ଅନୁଧ୍ୟାନ କରିବା ସହ ତୃଣ ମୂଳ ସ୍ତରରେ ଲୋକଙ୍କୁ ଭେଟିବ।କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏହାର ମୁଖ୍ୟ ଅଛନ୍ତି ବୋଲି ପିସିସି ସଭାପତି ନିରଂଜନ…

ମହିଳା ମାନଙ୍କ ଦ୍ୱାରା ଆଇନ ହାତକୁ ନେବାର ଭିଡ଼ିଓ ଭାଇରଲ

ଏକ ଭିଡ଼ିଓ ଭାଇରଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ।ଅନୁଗୁଳ ଜିଲ୍ଲା ତାଳଚେର ଥାନା ବରପାଲି ଗ୍ରାମରେ ମାଣ ଚୋରି ଅଭିଯୋଗ କୁ ନେଇ ଏକ ମହିଳା ସଙ୍ଘର ସଦସ୍ୟା ମାନେ ଜଣେ ଯୁବକକୁ ଦଉଡି ରେ ବାନ୍ଧି ଗାଁ ଦାଣ୍ଡରେ ଦଣ୍ଡ ଦେଇଛନ୍ତି।

ଭିଜିଲାନ୍ସ ହାତରେ ଧରା ପଡିଲେ ରାଜସ୍ୱ ନିରୀକ୍ଷକ

ଅନୁଗୁଳ ଜିଲ୍ଲାରେ ପୁଣି ଜଣେ ସରକାରୀ ଅଧିକାରୀ ଭିଜିଲାନ୍ସ ଜାଲରେ ପଡିଛନ୍ତି । ଛେଣ୍ଡିପଦା ତହସିଲ ଅନ୍ତର୍ଗତ କଣଲୋଇ ରାଜସ୍ୱ ନିରୀକ୍ଷକ ଜଗବନ୍ଧୁ ନାୟକ ଆଜି ୨ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଅଧିକାରୀ ମାନେ ଧରିଥିଲେ। ଘଟଣାରୁ ପ୍ରକାଶ ଯେ ପାତ୍ରପଡା ଗାଁର ଘାସିରାମ…

ମୋଟର ସାଇକେଲ ଦୁର୍ଘଟଣାରେ ମୃତ୍ୟୁ

ଅନୁଗୁଳ ଜିଲ୍ଲାର ସମଲ ଥାନା ଅନ୍ତଗତ ଗହମ ନିକଟରେ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି ଓ ସେ ହେଲେ ପାଲଲହଡା ଶିଗଡ ଗ୍ରାମର ମାନୁଚରଣ ପ୍ରଧାନ ଯିଏ ସକାଳୁ ନିଜ ହିରୋହୋଣ୍ଡା ମୋଟର ସାଇକେଲରେ ଅନୁଗୁଳ ଅଞ୍ଚଳର ଏକ ଘରୋଇ କମ୍ପାନୀରେ ଅଫିସ…

ପ୍ରକାଶ ପାଇଲା ବିଧାନସଭା ର ବିଭିନ୍ନ କମିଟି ର ଅଧ୍ୟକ୍ଷ ଓ ସଦସ୍ୟଙ୍କ ନାମ ତାଲିକା

ବିଧାନସଭା ର ବିଭିନ୍ନ କମିଟିର ଅଧ୍ୟକ୍ଷ ଓ ସଦସ୍ୟ ମାନଙ୍କର ନାମ ଘୋଷଣା ହେବାପରେ ବିଧାନସଭା ସଚିବାଳୟ ପକ୍ଷରୁ ସେ ସମ୍ପର୍କିତ ତାଲିକା ପ୍ରକାଶ ପାଇଛି।ପିଏସି ର ଅଧ୍ୟକ୍ଷ ବିରୋଧୀ ଦଳ ନେତା ପ୍ରଦୀପ କୁମାର ନାୟକ, ପ୍ରାକଲନ କମିଟି ଅଧ୍ୟକ୍ଷ ଭାବେ ପ୍ରତାପ କେଶରୀ ଦେବ, ପିୟୁସି ଅଧ୍ୟକ୍ଷ ଅତନୁ…

ସୁଷମା ସ୍ୱରାଜଙ୍କ ନିଧନ (୧୯୫୨-୨୦୧୯)

ଏକ ଅତ୍ୟନ୍ତ ଦୁଃଖଦ ଘଟଣାକ୍ରମ ରେ ବିଜେପି ର ଆଗ ଧାଡ଼ିର ନେତ୍ରୀ, ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଥମ ମହିଳା ବିଦେଶ ମନ୍ତ୍ରୀ ଶ୍ରୀମତୀ ସୁଷମା ସ୍ୱରାଜଙ୍କ ହୃଦଘାତ ରେ ଚିକିତ୍ସା ଧୀନ ଅବସ୍ଥାରେ ଦିଲ୍ଲୀ ର AIIMS ରେ ୬୭ ବର୍ଷ ବୟସରେ ପରଲୋକ ହୋଇଛି। ମୃତ୍ୟୁ ର ଚାରି…

ହଟିବ କୋଇଲା ଖଣି ଆନ୍ଦୋଳନ, ଟଳିବ ବିଦ୍ୟୁତ ଶକ୍ତି ସଙ୍କଟ

ଆଜି ଅନୁଗୁଳ ଜିଲ୍ଲା ପ୍ରଶାସନ ଓ ଆନ୍ଦୋଳନ କାରୀଙ୍କ ମଧ୍ୟରେ ଆଲୋଚନା ହୋଇ ତାଳଚେର ଏମସିଏଲ ଭରତପୁର କୋଇଲା ଖଣି ଅଘଟଣ ପାଇଁ ଚାରି ଜଣ ମୃତ୍ୟୁ ବରଣ କରିବା ପରେ ଚାଲିଥିବା ଖଣିବନ୍ଦ ଆନ୍ଦୋଳନ ପ୍ରତ୍ୟାହାର କରିବା ନିଷ୍ପତ୍ତି ନିଆଯାଇଛି।ନିଷ୍ପତ୍ତି ଅନୁଯାୟୀ ମୃତକ ଙ୍କ ପରିବାର କୁ ତିରିଶ ଲକ୍ଷ…

ରାତି ଅନ୍ଧାରରେ ସମବାୟ ସମିତି ଲୁଟିନେଲେ

ଅନୁଗୁଳ ଜିଲ୍ଲାର ବନ୍ତଳା ଥାନା ଅନ୍ତର୍ଗତ ପୋକତୁଙ୍ଗା ସମବାୟ ସମିତିରେ ଚୋରି ହେଇଥବା ଜଣାପଡିଛି।ରାତିରେ ତାଲାଭାଙ୍ଗି ଚୋରି ଅଭିଯୋଗ।ବନ୍ତଳା ପୋଲିସ ର ତଦନ୍ତ ଆରମ୍ଭ।