Webportal

ଅନୁଗୁଳ ଜିଲ୍ଲାପାଳଙ୍କ ସରକାରୀ ଚିକିତ୍ସାଲୟ ପରିଦର୍ଶନ

ଆଜି ଅଚାନକ ଅନୁଗୁଳ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ପରିଦର୍ଶନ କରି ବିଭିନ୍ନ ୱାର୍ଡ ରେ ବୁଲିବା ସହିତ ରୋଗୀମାନଙ୍କ ସହ ସିଧାସଳଖ କଥା ହୋଇଛନ୍ତି। ଡାକ୍ତରମାନେ କିଭଳି ବ୍ୟବହାର କରୁଛନ୍ତି, କିଭଳି ସେବା ଚାଲିଛି, ମେଡ଼ିସିନ ଠିକ ଭାବେ ମିଳୁଛି ନାଁ…

ମର୍ମନ୍ତୁଦ ଦୁର୍ଘଟଣା

ଅନୁଗୁଳ ଜିଲ୍ଲାରବଅଁରପାଳ ବ୍ଲକ ଅନ୍ତର୍ଗତ ମହିଧରପୁର ହାଟ ନିକଟରେ ଦୁର୍ଘଟଣା ଘଟି ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ ମହିଧରପୁର ଆଡୁ ଅନୁଗୋଳ ଅଭିମୁଖେ ଦୁଇ ଜଣ ବ୍ୟକ୍ତି ଏକ…

ବାରାହା ଆକ୍ରମଣରେ ତିନି ଗୁରୁତର

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବଙ୍କାପୁର ଗାଁରେ ଆଜି ଜଙ୍ଗଲୀ ବାରାହା ଆକ୍ରମଣରେ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ବଙ୍କାପୁର ଗାଁ ର ଉପେନ୍ଦ୍ର ଘିଭେଳା ,ଯଶୋବନ୍ତ ଭରାସଗରିଆ ଓ ସତ୍ୟ ଘିଭେଳା ନାମକ ମହିଳା।ସ୍ଥାନୀୟ ଲୋକମାନେ ଗୁରୁତର ତିନି ଜଣଙ୍କୁ ଉଦ୍ଧାର କରି ପ୍ରଥମେ…

ଦ୍ରୁତଗତିରୁ ଦୁର୍ଘଟଣା ଘଟି ଜଣେ ମୃତ ଓ ଜଣେ ଅତି ଗୁରୁତର

ଅନୁଗୁଳ ଜିଲ୍ଲାର ତାଳଚେର କୋଲିୟାରୀ ଥାନା ଅନ୍ତର୍ଗତ ଡେରା ପେଟ୍ରୋଲ ପମ୍ପ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉଜଣେ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି l ଯୁବକ ଜଣଙ୍କ ଏକ ନୂଆ କେଟିଏମ ମୋଟର ସାଇକେଲ (ଓଡି19ପି 8277)ରେ ଦ୍ରୁତଗତିରେ ଯାଇ ପେଟ୍ରୋଲ ପମ୍ପ…

ଭିଣୋଇର ଛୁରାମାଡରେ ଶଳା ଗୁରୁତର

ସାମାନ୍ୟ ବଚସାକୁ ନେଇ ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ହାଟପଦା ର ଯାଯାବର ବସ୍ତିରେ ରହୁଥିବା ନରି ମାଝୀର ଛୁରାମାଡରେ ତାର ଶଳା ଭିକୁ ମାଝୀ ଗୁରୁତର ଅବସ୍ଥାରେ ପ୍ରଥମେ ଛେଣ୍ଡିପଦା ଡାକ୍ତରଖାନା ରେ ଚିକିତ୍ସା ପାଇଁ ଭର୍ତି ଓ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର।

ଭାଲୁ ଆକ୍ରମଣରେ ମହିଳା ଗୁରୁତର

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ବାସୁଦେବପୁର ପଞ୍ଚାୟତ ନାକଟିଦେଉଳ ଗ୍ରାମର ବିମଳା ପେରେକ (୪୦) ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି I ସୂଚନା ମୁତାବକ ବିମଳା ଆଜି ସକାଳୁ ଶୌଚପାଇଁ ଯାଇଥିବା ସମୟରେ ଭାଲୁ ଆକ୍ରମଣ କରିଥିଲା ଓ ତାଙ୍କ ଚିତ୍କାର ଶୁଣି ଗ୍ରାମଲୋକେ ଯାଇ ତାଙ୍କୁ…

ନ୍ୟାୟାଳୟର କଟକଣା ଥିବା ତଥାକଥିତ ବାବାର ପ୍ରବଚନ ସ୍ଥାନରେ ଚଢ଼ାଉ

ଭଦ୍ରକରେ ଭଣ୍ଡ ବାବା ସାରଥି ଓରଫ ସନ୍ତୋଷ ରାଉଳ ପ୍ରୀତି ସ୍ୱରୂପ ମଠସାହିରେ ଚାଲିଥିଲାି ଅନ୍ଧ ଭକ୍ତଙ୍କ ଲୁଚାଛପା କାରନାମା ଯେଉଁଠି ଟାଉନ ପୋଲିସ ପହଞ୍ଚି କରିଥିଲା ତଦନ୍ତ ଆରମ୍ଭ l ସାରଥୀ ବାବାଙ୍କ ଭଜନ କୀର୍ତ୍ତନ ଚାଲୁଥିବା ସମୟରେ ପୋଲିସର ଚଢ଼ାଉ ବେଳେ ଘଟଣାସ୍ଥଳରୁ ଭକ୍ତ ମାନେ ଫେରାର ହୋଇ…

ମନ୍ଦିର ହୁଣ୍ଡି ଭାଁଙ୍ଗୀ ଚୋରି କରିନେଲେ ସୁନା ଓ ପଚାଶ ହଜାରରୁ ଅଧିକ ଟଙ୍କାଟଙ୍କା

ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ ବ୍ରାହ୍ମଣବିଲ ଗାଁର ବରାଳ ବାଲୁଙ୍କେଶ୍ବର ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ହୁଣ୍ଡି ବାକ୍ସ ଚୋରି ହୋଇଛି ଯେଉଁଥିରେ ସୁନା ସହ ୫୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଥିବା ଗ୍ରାମବାସୀ କହିଛନ୍ତି। ଘଟଣା ସମ୍ପର୍କରେ ଛେଣ୍ତିପଦା ଥାନାରେ ଅାଜି ଏକ…

ଭୁବନେଶ୍ୱର ରେ ଆନ୍ତ ରେଳ ରେଳବାଇ ସୁରକ୍ଷାବଳ ହକି ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଆଜି ଭୁବନେଶ୍ୱର ଠାରେ ପୂର୍ବତଟ ରେଳପଥ ଆନୁକୂଲ୍ୟରେ ଆନ୍ତଃ ରେଳ ରେଳବାଇ ସୁରକ୍ଷାବଳ ହକି ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଅଛି I ପୂର୍ବତଟ ରେଳପଥର ରେଳବାଇ ସୁରକ୍ଷାବଳ ମହାନିରୀକ୍ଷକ ତଥା ପ୍ରମୁଖ ସୁରକ୍ଷା ଆୟୁକ୍ତ ଶ୍ରୀ ରାଜା ରାମ ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିବା ସହିତ ଆୟୋଜିତ…