Webportal

ଋଷ ଭୟରେ ୟୁକ୍ରେନକୁ ଧୋକା ଦେଲେ ଆମେରିକା ରାଷ୍ଟ୍ରପତି ବାଇଡେନ!

ଋଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘ ୩ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଜାରି ରହିଛି । ଉଭୟଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହେବା ପରି ମନେ ହେଉନାହିଁ । ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି । ଆମେରିକାର…

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ସାଧାରଣ ଦର୍ଶନ ସମୟରେ ପରିବର୍ତ୍ତନ

ବଦଳିଲା ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ସାଧାରଣ ଦର୍ଶନ ସମୟ । ପୂଜକମାନଙ୍କ ସହମତିରେ ଶ୍ରୀ ଶ୍ରୀ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସମୟ ପରିବର୍ତନ ନେଇ ନିଷ୍ପତ୍ତି ନେଇଛନ୍ତି । ଆସନ୍ତାକାଲି ଠାରୁ ଏହି ନୂଆ ଦର୍ଶନ ସମୟ ଲାଗୁ କରାଯିବ।…

ଆଶ୍ଚର୍ଯ୍ୟ ହେଲେ ବି ସତ; ସରକାରଙ୍କ ପ୍ରୋତ୍ସାହନରେ ପରିସ୍ରା ଓ ନାଳ ପାଣିରେ ତିଆରି ହେଉଛି ବିଅର

ସିଙ୍ଗାପୁର ରେ ମୂତ୍ରରୁ ନିର୍ମିତ ହେଉଛି ବିୟର, ଡ୍ରେନ୍ ପାଣିରୁ ପ୍ରସ୍ତୁତ ହେଉଛି ମଦ। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ମଇଳା ଜଳର ପୁନଃବ୍ୟବହାର ପାଇଁ ସିଙ୍ଗାପୁର ସରକାର ଏକ ନିଆରା ଉପାୟ ବାଛିଛନ୍ତି। ସ୍ଥାନୀୟ ବିୟର କମ୍ପାନୀ ସହଯୋଗରେ ଏଠାରେ ଥିବା ଜାତୀୟ ଜଳ ଏଜେନ୍ସି ଡ୍ରେନ୍…

ଯାତ୍ରୀଙ୍କୁ ଦୁର୍ବ୍ୟବହାର କଲେ ଓଲା ଡ୍ରାଇଭର

ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନବନ୍ଦରରେ ଟେଲି ଅଭିନେତ୍ରୀଙ୍କୁ ଦୁର୍ବ୍ୟବହାର। ସର୍ବସାଧାରଣରେ ଗାଳିଗୁଲଜ କରି ଦୁର୍ବ୍ୟବହାର କଲେ ଓଲା ଡ୍ରାଇଭର। ଗାଡି ବୁକି ପରେ ଲଗେଜ ଉଠାଇବାକୁ ନେଇ ଦୁର୍ବ୍ୟବହାର। ୧୫ମିନିଟ ଧରି ଲୋକଙ୍କ ସାମନାରେ କଲେ ଗାଳିଗୁଲଜ। ଏପରିକି ମହିଳା ଯାତ୍ରୀଙ୍କୁ କାରରେ…

ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ଅଧିକାରୀ: ଲାଞ୍ଚ ନେଲାବେଳେ ଧରାପଡିଲେ ହିନ୍ଦୋଳ ଏସ୍‌ଡିପିଓ

ଭିଜିଲାନ୍ସ ପଞ୍ଝାରେ ଛନ୍ଦି ହେଲେ ଆଉ ଜଣେ ଅଧିକାରୀ । ଲାଞ୍ଚ ନେଲାବେଳେ ଧରାପଡ଼ିଛନ୍ତି ହିନ୍ଦୋଳ ଏସ୍‌ଡିପିଓ । ୩୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ କାବୁ କରିଛି ଭିଜିଲାନ୍ସ । ଖବର ଅନୁଯାୟୀ, ଏସିଏସ୍‌ଟି ମାମଲାରେ ଜଣଙ୍କ ନାଁ କାଟିବାକୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଏସ୍‌ଡିପିଓ ।…

ଦେଶରେ ଶିକ୍ଷାଦାନ ନୁହେଁ ଶିଳ୍ପ ଚାଲିଛି, କହିଲେ ସୁପ୍ରିମକୋର୍ଟ

 ଦେଶରେ ଶିକ୍ଷା ବ୍ୟବସ୍ଥା ବର୍ତ୍ତମାନ ଶିଳ୍ପରେ ପରିଣତ ହୋଇଛି । ଏହି କାରଣରୁ, ଯେଉଁ ଛାତ୍ରଛାତ୍ରୀମାନେ ଦେଶରେ ଡାକ୍ତରୀ ଶିକ୍ଷା ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ଅସମର୍ଥ, ସେମାନଙ୍କୁ ୟୁକ୍ରେନ ପରି ଦେଶକୁ ଯିବାକୁ ପଡୁଛି । ମଙ୍ଗଳବାର ଦିନ ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହି…

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ରେ ଗାଡି କେତେ ସୁରକ୍ଷିତ ଜଣାନାହିଁ, କିନ୍ତ୍ ଏଥିରୁ ଆଦାୟ ହେବ ୫୦୦ କୋଟି

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ରୁ ଆଦାୟ ହେବ ୫୦୦ କୋଟି । ସେପଟେ ୨୦୨୨, ଡିସେମ୍ବର ୩୧ ତାରିଖ ସୁଦ୍ଧା ଦେଶର ସମସ୍ତ ଗାଡ଼ିରେ ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (ଏଚ୍‌ଏସ୍‌ଆର୍‌ପି)। ଏହା ବାଧ୍ୟତାମୂଳକ। ୨୦୧୯ ଏପ୍ରିଲ ପରେ କିଣାଯାଇଥିବା ଗାଡ଼ିକୁ ଏଭଳି ନମ୍ବର୍ ପ୍ଲେଟ୍…

ରାଜ୍ୟସଭା ପାଲଟିଛି ଥଇଥାନ ଗୃହ; ଜୀ ସମୂହ ମାଲିକ ଦାଖଲ କଲେ ପ୍ରାର୍ଥୀପତ୍ର

ଆଉ ଜଣେ ଲୋକଦେଖାଣିଆ ପ୍ରାର୍ଥୀ ଭାବେବିଜେପି ସମର୍ଥିତ ଜୀ ସମୂହ ମାଲିକ ଡକ୍ଟର ସୁଭାଷ ଚନ୍ଦ୍ର ରାଜସ୍ଥାନରୁ ଦାଖଲ କଲେ ନାମାଙ୍କନ ପତ୍ର।ବିଜେପି ସମର୍ଥିତ ପ୍ରାର୍ଥୀ ଭାବରେ ଡକ୍ଟର ସୁଭାଷ ଚନ୍ଦ୍ର ରାଜସ୍ଥାନରୁ ଦାଖଲ କଲେ ରାଜ୍ୟସଭା ନାମାଙ୍କନ ପତ୍ର । ତେବେ ଏସେଲ ଗ୍ରୁଫର ଚେୟାରମ୍ୟାନ୍ ତଥା…

ଯମରାଜ ପାଲଟିଲା ସତ୍ୟବାନ୍ ; ସାବିତ୍ରୀ ଦିନ ସ୍ତ୍ରୀର ହତ୍ୟା କଲା ସ୍ୱାମୀ

ଯେତେବେଳେ ସ୍ୱାମୀକୁ ସତ୍ୟବାନ୍ ମାନି ତାର ଦୀର୍ଘାୟୁ କାମନା କରି ସ୍ତ୍ରୀ ସାବିତ୍ରୀ ବ୍ରତ ପାଳନ କରୁଥିଲା, ଠିକ୍ ସେହି ସମୟରେ ସ୍ବାମୀ ଯମରୂପ ଧରି ସେହି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଦୁନିଆରୁ ବିଦା କରିଦେଲା। ଅନୁଗୁଳ ଜିଲ୍ଲା ବଡକେରା ର ବସନ୍ତ ନାୟକ (୨୮) ଓ ତାଙ୍କ ପତ୍ନୀ ଲିପି ନାୟକ…

ସଂଘକୁ ଖୁସି କରିବାକୁ ବୟାନ; ଭଷ୍ୟତରେ ଦେଶରେ ଜାତୀୟ ପତାକା ତ୍ରିରଙ୍ଗା ବଦଳରେ ଉଡିବ ଗେରୁଆ ପତାକା: ବିଜେପି ନେତା

ଭବିଷ୍ୟତରେ ଦେଶରେ ଜାତୀୟ ପତାକା ତ୍ରିରଙ୍ଗା ବଦଳରେ ଉଡିବ ଗେରୁଆ ପତାକା। ଏହିଭଳି ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା କେଏସ ଈଶ୍ଵରପ୍ପା। ବିଜେପି ନେତା ଏହା ମଧ୍ୟ କହିଛନ୍ତି ଯେ, ତ୍ୟାଗ ଏବଂ ବଳିଦାନର ପ୍ରତୀକ ହେଉଛି…