Webportal

ବରମୁଣ୍ଡାରେ ହଣାକଟା, ପୋଲିସର ତଦନ୍ତ ଆରମ୍ଭ

ଭୁବନେଶ୍ୱର ବରମୁଣ୍ଡାରେ ହଣାକଟା । ବସଷ୍ଟାଣ୍ଡରେ ହଣାକଟାରେ ଜଣେ ଗୁରୁତର ହୋଇଛନ୍ତି । ଦୁଇ ବସ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ଏଭଳି ଘଟଣା ଘଟିଛି । ଜଣେ କର୍ମଚାରୀଙ୍କ ଆକ୍ରମଣରେ ଆଉ ଜଣେ କର୍ମଚାରୀ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ପହଞ୍ଚି ଭରତପୁର ପୋଲିସ ତଦନ୍ତ ଆରମ୍ଭ କରିଛି ।

ହାତୀ ଆକ୍ରମଣରେ ମହିଳା ମୃତ

ଅନୁଗୁଳ ଜିଲା ଛେଣ୍ଡିପଦା ବନାଞ୍ଚଳ ପାତ୍ରପଡା ପଞ୍ଚାୟତ ଖଇରବେରେଣୀ ଗ୍ରାମରେ ହାତୀ ଆକ୍ରମଣରେ ରବିବାର ସକାଳେ ଜଣେ ମହିଳାଙ୍କର ମୃତ୍ୟ ହୋଇଛି ।ମୃତକ ଜଣକ ଖଇରବେରେଣି ଗ୍ରାମର ହାଡିବନ୍ଧୁ ଦେହୁରୀଙ୍କ ସ୍ତ୍ରୀ ଶୈଳବାଳା ଦେହୁରୀ (୫୫) ବୋଲି ଜଣାପଡିଛି । ଘଟଣାରୁ ପ୍ରକାଶ ,ପାତ୍ରପଡା ପଂଚାୟତ…

ପ୍ୟାକେଜରେ ରଥଯାତ୍ରା ସମୟରେ ପୁରୀରେ ରହିପାରିବେ ରାଜ୍ୟ ବାହାର ପର୍ଯ୍ୟଟକ;ବିମାନ ଯାତ୍ରା ସହ ତିନି ଦିନ ରହଣି ପ୍ଲାନ…

ପୁରୀରେ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇଆରସିଟିସି ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ଏକ ପ୍ଲାନ ଘୋଷଣା କରିଛି | ଆଇଆରସିଟିସି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏହି ସ୍ୱତନ୍ତ୍ର ପ୍ୟାକେଜ୍ ମୁତାବକ ପର୍ଯ୍ୟଟକମାନେ ପୁରୀରେ ରହିବା ସହ ଅଲଗା ଭାବରେ ବିମାନ ଟିକେଟ କରିବାକୁ ପଡିବ…

ପ୍ରେମିକ ସହ ମିଶି ବାପାଙ୍କୁ ହତ୍ୟା କଲା ଝିଅ

ପ୍ରେମିକ ସହ ମିଶି ବାପାଙ୍କୁ ହତ୍ୟା କଲା ଝିଅ | ଆଉ ନିଜ ବାପାଙ୍କର ଅପମୃତ୍ୟୁ ହୋଇଥିବାର ଥାନାରେ ଅଭିଯୋଗ କରିଥିଲେ | ତେବେ ଅନ୍ତିମ ସଂସ୍କାର ପୂର୍ବରୁ ମୃତକଙ୍କ ଶରୀରରେ ଆକ୍ରମଣର ଦାଗ ଦେଖି ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ | ଆଉ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ହତ୍ୟାକାଣ୍ଡର…

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୮ ଜିଲ୍ଲାରେ ଝଡ଼ବର୍ଷା

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୮ ଜିଲ୍ଲାରେ ଝଡ଼ବର୍ଷା । ଦକ୍ଷିଣ- ପଶ୍ଚିମ ମୋସୁମୀ ବାୟୁ ଗତ ଗୁରୁବାର ଠାରୁ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ଆସି ପହଞ୍ଚିସାରିଥିବା ବେଳେ ଏପର୍ୟ୍ୟନ୍ତ ସମଗ୍ର ରାଜ୍ୟକୁ ଅଗ୍ରସର ହୋଇପାରି ନାହିଁ। ତେବେ, ରାଜ୍ୟର ପାଗ ଏବେ ଅନୁକୂଳ ରହିଥିବାରୁ ଆସନ୍ତା ଦିନେରୁ…

ଭାରତରେ ପୁଣି ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା; ଗତ ୨୪ ଘଣ୍ଟାରେ ସାରା ଦେଶରେ ୧୩ ହଜାରରୁ ଅଧିକ ମାମଲା ଚିହ୍ନଟ

ଭାରତରେ ପୁଣି ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ ୧୩ ହଜାରରୁ ଅଧିକ ମାମଲା ଚିହ୍ନଟ । ଏଥିରେ ୨୩ ଜଣଙ୍କ ମୃତ୍ୟୁ ହୋଇଛି। ନୂଆ ସଂଖ୍ୟାରୁ ଦେଶରେ ଆକ୍ଟିଭ କେସ୍ ସଂଖ୍ୟା ଥରକେ ୬୮ ହଜାର ଟପିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଗତ…

ଭୋଟର ଆଇଡି କାର୍ଡ ସହ ଲିଙ୍କ ହେବ ଆଧାର

ପୂର୍ବରୁ ଆଧାରକୁ ପାନ କାର୍ଡ ସହ ସଂଯୁକ୍ତ କରିବା ସରକାର ଗୁରୁତ୍ୱାରୋପ କରିଥିବା ବେଳେ, ଏବେ ସରକାର ଆଧାରକୁ ଭୋଟର ଆଇଡି କାର୍ଡ ସହ ଲିଙ୍କ କରିବା ନେଇ ଜରୁରୀ କରିଦେଇଛନ୍ତି। ଏହି ନିଷ୍ପତ୍ତି ପରେ ଜଣେ ନାଗରିକଙ୍କ ଗୋଟିଏ ଭୋଟର ଆଇଡି କାର୍ଡ ରହିବ ଓ ନକଲି ଆଇଡି କାର୍ଡ ଆପେ ଆପେ ରଦ୍ଦ…

ଗଜରାଜଙ୍କ ପାଇଁ ଅସୁରକ୍ଷିତ ଓଡିଶା ଜଙ୍ଗଲ; ହାତ ଟେକିଦେଇଛି ବନବିଭାଗ। 

ପୋଖରୀ ଭିତରେ ପଶିଛି ଆହତ ହାତୀ ।  କେତେବେଳେ ପାଣିରେ ବୁଡୁଛି ତ କେତେବେଳେ ମୁଣ୍ଡ ଉଠାଇ ନିଶ୍ୱାସ ନେବାକୁ ଚେଷ୍ଟା କରୁଛି । ଦୀର୍ଘ ୪୮ ଘଣ୍ଟାଧରି ଏମିତି ପୋଖରୀରେ ରହି କଷ୍ଟ ପାଉଛି ଦନ୍ତାହାତୀ । ଆଉ ପୋଖରୀ କୂଳରେ ଜଗି ରହିଛନ୍ତି ଡାକ୍ତର ଓ ବନବିଭାଗ କର୍ମଚାରୀ । ଶୁକ୍ରବାର ହାତୀକୁ…

ଘରଭଡା ସୁଜିବା ପାଇଁ ରାଗରେ ନିଜ ଛୁଆକୁ ଛାଡିଦେଲେ ଜନ୍ମଦାତା; ପରେ ଫେରାଇଆଣିବା ପାଇଁ ଥାନାରେ ଅଭିଯୋଗ କଲେ

ଥମୁନି ଛାତିର କୋହ, ଶୁଖୁନି ଆଖିର ଲୁହ । ଛୁଆକୁ ଖୋଜି ଖୋଜି ରାହା ଧରି କାନ୍ଦି କାନ୍ଦି ଧୈର୍ଯ୍ୟହରା ହୋଇପଡ଼ୁଛନ୍ତି ମାଆ  । ନିଜ ଜନ୍ମ କଲା ଝିଅକୁ ପାଇବା ପାଇଁ  ସମସ୍ତଙ୍କ ଆଗରେ ହାତଯୋଡି ନେହୁରା ହେବାକୁ ପଡୁଛି । ନଅ ବର୍ଷର ଝିଅକୁ ପାଇବା ପାଇଁ ଏ ଥାନାରୁ ସେ ଥାନାକୁ ଦୌଡ଼ି ଦୌଡ଼ି ନିରାଶ…

ସ୍ୱିସ୍ ବ୍ୟାଙ୍କରେ ରେକର୍ଡ ସ୍ତରକୁ ପହଞ୍ଚିଲା ଭାରତୀୟଙ୍କ ସଞ୍ଚୟ, କେନ୍ଦ୍ର ସରକାରଙ୍କ ମାନସିକତା ନେଇ ପ୍ରଶ୍ନ ଉଠାଇଲେ…

ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ସଞ୍ଚୟ ୧୪ ବର୍ଷର ସର୍ବୋଚ୍ଚସ୍ତରକୁ ପହଞ୍ଚିଛି। ସ୍ୱିଜରଲ୍ୟାଣ୍ଡ କେନ୍ଦ୍ରୀୟ ବ୍ୟାଙ୍କଙ୍କ ବାର୍ଷିକ ରିପୋର୍ଟରେ ଭାରତୀୟଙ୍କ ଜମା ଟଙ୍କା ୪ ହଜାର ୮୦୦ କୋଟିକୁ ପହଞ୍ଚି ଯାଇଥିବା କୁହାଯାଇଛି। ଏହାକୁ ନେଇ ବହୁଜନ ସମାଜପାର୍ଟି (ବିଏସପି) ନେତ୍ରୀ ମାୟାବତୀ…