Webportal

ଅନୁଗୁଳ ଜିଲ୍ଲାରେ ସୋମବାର ଠାରୁ ମଙ୍ଗଳବାର ସକାଳ ସୁଦ୍ଧା ଲକ ଡାଉନ ଓ କ୍ୱାରେଣ୍ଟଟାଇନ ଅବମାନନା ଜନିତ ମାମଲା ରୁଜୁର ବିବରଣୀ

0 488

ଅନୁଗୁଳ ଜିଲ୍ଲାରେ ସୋମବାର ଓ ମଙ୍ଗଳବାର ସକାଳ ମଧ୍ୟରେ ଲକ ଡାଉନ ନ ମାନିବା ପାଇଁ ୫୨ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ଗୋଟିଏ ଚାରିଚାକିଆ ଯାନ,ପାଞ୍ଚଟି ମୋଟର ସାଇକେଲ ଓ ୧୩ ଲିଟର ଦେଶୀ ମଦ ଜବତ କରାଯାଇଛି।ଏନଟିପିସି ଥାନାରେ ଦୁଇଜଣ, କିଶୋରନଗର ଥାନାରେ ଚାରିଜଣ, ପାଲହଡା ଥାନାରେ କୋଡ଼ିଏ ଜଣ, ଆଠମଲ୍ଲିକ ଥାନାରେ ନଅ ଜଣ,ବନରପାଲ ଥାନାରେ ନଅ ଜଣ ଓ ଅନୁଗୁଳ ଥାନାରେ ଆଠ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।ଏମାନଙ୍କ ମଧ୍ୟରେ ବାହାରୁ ଆସୁଥିବା ୪୪ ଜଣ ଶ୍ରମିକ ଅଛନ୍ତି।

ସେହିପରି କ୍ୱାରେଣ୍ଟଟାଇନ ଅବମାନନା ପାଇଁ ଠାକୁରଗଡ଼ ଥାନାରେ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ସରକାରୀ କ୍ୱାରେଣ୍ଟଟାଇନ କୁ ସିଫ୍ଟ କରିଦିଆଯାଇଛି।

Leave A Reply

Your email address will not be published.