ଅନୁଗୁଳ ରେ କିଟ ୟୁନିଭରସିଟି ର କିଟ କେୟାର୍ସ ପକ୍ଷରୁ କ୍ଵିଜ ପ୍ରତିଯୋଗିତା କରାଯାଇଥିଲା | ସ୍ଥାନୀୟ ରୋଟାରି ପବ୍ଲିକ ସ୍କୁଲ ପରିସରରେ ଏହି କ୍ଵିଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ଏହି ପ୍ରତିଯୋଗିତା ରେ ୧୦୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ | ପ୍ରତିବର୍ଷ କିଟ ୟୁନିଭର୍ସିଟି ପକ୍ଷରୁ କୀଟ କେୟାରସ ର ପ୍ରତିଯୋଗିତା ମୂଳକ ପରୀକ୍ଷା କରାଯାଇଥାଏ |କିଟ ଏମିତି ଏକ ଅନୁଷ୍ଟାନ ଯାହା ପାଇଁ ଆଜି ସମଗ୍ର ବିଶ୍ୱ ଗର୍ବ କରେ | କିଟ, କିସ ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ କେବଳ ଜଣେ ବ୍ୟକ୍ତି ନୁହଁନ୍ତି, ସେ ଓଡ଼ିଶାର ଗରିବ ଏବଂ ଅବହେଳିତ ଲୋକଙ୍କ ପାଇଁ ଏକ ଜୀବନ୍ତ ଆଶୀର୍ବାଦ ବୋଲି କହିଛନ୍ତି ରୋଟାରି ସ୍କୁଲ ର ଅଧ୍ୟକ୍ଷ |ଏହି ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା | ଏହି କ୍ଵିଜ ପ୍ରତିଯୋଗିତାରେ ରୋଟାରି ପବ୍ଲିକ ସ୍କୁଲ ର ଅଧ୍ୟକ୍ଷ ଡଃ ଅଶୋକ ବେହେରା ଉପାସ୍ତିତ ରହିଥିଲେ | ଏହି କୁଇଜ ପ୍ରତିଯୋଗୀତରେ ପ୍ରଥମ ପୁରସ୍କାର ଭାବେ ଶ୍ରେୟାଶ୍ରି ଦେହୁରୀ , ଦ୍ଵିତୀୟ ପୁରସ୍କାର ଭାବେ ମଧୁସ୍ମିତା ପଣ୍ଡା ଓ ତୃତୀୟ ପୁରସ୍କାର ଭାବେ ଦୀପ୍ତି ପ୍ରିୟ ଦର୍ଶିନୀ ସାହୁ ଙ୍କୁ ପୁରସ୍କୃତ କରାଯାଇଥିଲା | ଠିକ ସେହିଭଳି ଅନୁରୂପ ଭାବେ ମହିମା ଜ୍ୟୋତି କଲେଜ ରେ ଏହି କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ମହିମା ଜ୍ୟୋତି କଲେଜ ରେ କୁଇଜ ପତିଯୋଗିତାରେ ପ୍ରଥମ ପୁରସ୍କାର ଭାବେ ବିଷ୍ଣୁ ପ୍ରିୟା ନହରା, ଦ୍ଵିତୀୟ ଷ୍ଟାଣ ପ୍ରତ୍ୟାଶା ପ୍ରଧାନ,ତୃତୀୟ ପୁରସ୍କାର ଭାବେ ବିଶ୍ୱ ପ୍ରଜ୍ଞାଶିନୀ ଦେହୁରି ଙ୍କୁ ପୁରସ୍କୃତ କରାଯାଇଥିଲା |ମହିମା ଜ୍ୟୋତି କଲେଜ ର ଅଧ୍ୟକ୍ଷ ସତ୍ୟବ୍ରତ ଗଡ଼ନାୟକ ଓ ସମ୍ପାଦକ ସନ୍ତୋଷ ଦେହୁରୀ ଙ୍କୁ ମଧ୍ୟ କିଟ ପକ୍ଷରୁ ସମର୍ଦ୍ଧିତ କରାଯାଇଥିଲା |କିଟ ର ପ୍ରଫେସର ଅଲିଭାରାଣୀ ମହାପାତ୍ର ,ଅଜୟ ସାହୁ ଉପସ୍ଥିତ ରହି ରୋଟାରି ପବ୍ଲିକ ସ୍କୁଲ କୁଇଜ ପ୍ରତିଯୋଗିତା ର ପରିଚାଳନା ଦାୟିତ୍ୱ ନେଇଥିଲେ | ମହିମାଜ୍ୟୋତି କଲେଜ ରେ କିଟ ପ୍ରଫେସର ସମିତା ରାଣୀ ପାଣି ଗୀତାଞ୍ଜଳି ଦେଇ କୁଇଜ ପ୍ରତିଯୋଗିତା ପରିଚାଳନା କରାଇଥିଲେ | କଳିଙ୍ଗ ଟିଭିର ସିନିୟର ରିପୋର୍ଟର ମାନସ ରଞ୍ଜନ ମିଶ୍ର ଉପସ୍ଥିତ ମଧ୍ୟ ରହିଥିଲେ |