Webportal

ଅନୁଗୁଳ ରେ କିଟ କିସ ପକ୍ଷରୁ ସମସ୍ତଙ୍କ ପାଇଁ ଶିକ୍ଷା ନେଇ ଗଣଦୌଡ଼ ଅନୁଷ୍ଟିତ

ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ ଦେଖିବାକୁ ମିଳିଛି ଉତ୍ସାହ

0 177

ଅନୁଗୁଳ ଜିଲ୍ଲା ରେ କିଟ, କିସ ପକ୍ଷରୁ ସମସ୍ତଙ୍କ ପାଇଁ ଶିକ୍ଷା ସଚେତନତା ନେଇ ଗଣ ଦୌଡ଼ ର ଆୟୋଜନ| ଏହି ଅବସରରେ ରବିବାର ଏକ ମିନି ମାରାଥନ୍‍ ଅନୁଷ୍ଠିତ ହୋଇଯାଇଛି। ଏହି ମିନି ମାରାଥନ୍‍ ଅନୁଗୁଳ ଜିଲ୍ଲା ସମେତ ଓଡ଼ିଶାର ୩୫ ଟି ସ୍ଥାନରେ ଆୟୋଜନ କରାଯାଇଥିଲା |ଏଥିରେ ଛାତ୍ରଛାତ୍ରୀ, କ୍ରୀଡ଼ାବିତ୍‍ ଓ ସମାଜର ବିଭିନ୍ନ ବର୍ଗର ଲୋକ ଅଂଶଗ୍ରହଣ କରିଥିଲେ। ଏଥିପାଇଁ କିଟ୍‍ ଓ କିସ୍‍ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ସମସ୍ତଙ୍କ ପାଇଁ ଶିକ୍ଷା’ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ମିନି ମାରାଥନ୍‍ର ଆୟୋଜନ କରାଯାଇଥିଲା |ଅନୁଗୁଳ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ଯୋଗ ଦେଇ ପତାକା ଦେଖାଇ ମାରାଥନ ଶୁଭାରମ୍ଭ କରିଥିଲେ | ଅନୁଗୁଳ ଜଗନ୍ନାଥ ମନ୍ଦିର ଠାରୁ ଏହି ମାରାଥନ ଆରମ୍ଭ ହୋଇ ଥାନା ଛକ ପରିକ୍ରମା କରି  ମୁନ୍ସିପାଲିଟି ଟାଉନ ହଲ ରେ ପହଂଚିବା ପରେ ଏକ ସାଧାରଣ ସଭା କରାଯାଇଥିଲା |୨୦୦ଶହରୁ ଅଧିକ ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀ ଏହି ମାରାଥନରେ ସାମିଲ ହୋଇଥିଲେ।ଏହି ଅବସରରେ କିଟ୍ ଓ କିସର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଜୀବନକୁ ଏକ ଉଦାହରଣ ଭାବେ ନେଇ ଅନୁପ୍ରାଣିତ ହେବା ପାଇଁ ଛାତ୍ର ଛାତ୍ରୀଙ୍କୁ ସମସ୍ତ ଅତିଥି ପରାମର୍ଶ ଦେଇଥିଲେ।କିଟ, କିସ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଙ୍କ ପ୍ରୟାସ କୁ ସମସ୍ତେ ଭୁୟସୀ ପ୍ରଶଂଶା କରିଥିଲେ | ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ବିଧାୟକ ପ୍ରତାପ ପ୍ରଧାନ, ମୁଖ୍ୟବକ୍ତା ଭାବେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଉଦୟ ମହାପାତ୍ର, ଉପଜିଲ୍ଲାପାଳ ମାୟାଧର ବେହେରା, ଯୋଗଗୁରୁ ଅଭୟ ରାୟ, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ ସିଠ ଯୋଗ ଦେଇଥିଲେ।କଳିଙ୍ଗ ଟିଭିର ଜିଲ୍ଲା ପ୍ରତିନିଧି ମାନସ ରଞ୍ଜନ ମିଶ୍ର ସଭା ପରିଚାଳନା କରିଥିବା ବେଳେ ଅଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ | କୀଟ, କିସ ର କର୍ମଚାରୀ ବିପିନ କଂହର,ସୁଧୀର ଉଗ୍ରଶୁଣ୍ଢୀ, ନରେଶ ସାହୁ , ରଂଜିତ ସାମାଡ଼,ମନୋଜ ବେହେରା, ଅନିଲ ପ୍ରଧାନ, ପିତବାସ ସାହୁ ଅନାଦି ନାୟକ, ପ୍ରଦ୍ୟୁମ୍ନ ଦାଶ , ରାଜେନ୍ଦ୍ର ଶୁଣ୍ଢି, ଜଙ୍ଗଲ ପୂର୍ତ୍ତି ପ୍ରମୁଖ ସହଯୋଗ କରିଥିଲେ | ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଜଗଦିଶ ପ୍ରସାଦ ଅଗ୍ରୱାଲ ଙ୍କ ସମେତ ପର୍ଶୁରାମ ଦାସ, ନିରୋଦ ସାହୁ ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହିଥିଲେ |

 

Leave A Reply

Your email address will not be published.