Webportal

ବାଇକ ଦୁର୍ଘଟଣାରେ ଜଣେ ମୃତ; ଜଣେ ଗୁରୁତର

0 187

ଅନୁଗୁଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ସମାକୋଇ ବ୍ରିଜ ଉପରେ ବାଇକ୍ କୁ ଧକ୍କା ଦେଲା ଟ୍ରକ୍। ଯାହା ଫଳରେ ଜଣେ ମୃତ, ଜଣେ ଗୁରୁତର। ମୃତ ଜଣଙ୍କ ହେଲେ ହେଲେ ତୁରଙ୍ଗ ଗ୍ରାମର ଦୁଖବନ୍ଧୁ ପ୍ରଧାନ ଙ୍କ ପୁଅ ଦୀପକ ପ୍ରଧାନ(୨୭) ଏବଂ ଗୁରୁତର ଜଣ ଙ୍କ ହେଲେ ରାଜକିଶୋରପଡା ଅଞ୍ଚଳର କଷ୍ଟୁ ସାହୁ ଙ୍କ ପୁଅ ରଞ୍ଜନ ସାହୁ (୨୭) । ସୂଚନା ଯେ, ଦୀପକ ଏବଂ ରଞ୍ଜନ କୌଣସି କାମରେ ବାଇକ୍ ଯୋଗେ ପାଲଲହଡ଼ା ଯାଉଥିବା ବେଳେ ସମାକୋଇ ବ୍ରିଜ ଉପରେ ପଛ ରୁ ଆସୁଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା। ଯାହା ଫଳରେ ଟ୍ରକ ଟି ବାଇକ୍ କୁ କିଛି ବାଟ ଘୋଷାଡ଼ି ନେଇ ପଳାଇ ଯାଇଥିଲା । ବାଇକ୍ କୁ ଟ୍ରକ୍ ଘୋଷାଡ଼ି ବା ବେଳେ ବାଇକ୍ ଟି ନିଆଁ ଲାଗୀ ଜଳି ଯାଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ହିଁ ଦୀପକ ଙ୍କର ମୃତ୍ୟୁ ଘଟି ଥିବା ବେଳେ ରଞ୍ଜନ ଗୁରୁତର ହୋଇ ଯାଇଥିଲେ। ଖବର ପାଇ ସମଲ ପୋଲିସ ପହଁଚି ମୃତକ ଙ୍କୁ ଉଦ୍ଧାର କରି ତାଳଚେର ମେଡିକାଲ ରେ ଭର୍ତି କରିଥିବା ବେଳେ ଗୁରୁତର ଙ୍କୁ ଉଦ୍ଧାର କରି ଖମାର ମେଡିକାଲ ରେ ପ୍ରାଥମିକ ଚିକିତ୍ସା ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ରଞ୍ଜନ ଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଏ ପଟେ ପୋଲିସ ଦୁର୍ଘଟଣା ର ଅଧିକ ତଦନ୍ତ କରୁଛି।

Leave A Reply

Your email address will not be published.