Webportal

ଅନୁଗୁଳ ଓକିଲ ସଂଘ ନିର୍ବାଚନ ପାଇଁ ଶେଷ ଦିନରେ ୧୧ଜଣଙ୍କ ନାମାଙ୍କନ ପତ୍ର ଦାଖଲ

0 221

ଆସନ୍ତା ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଅନୁଗୁଳ ଓକିଲ ସଂଘର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ୭ ତାରିଖରୁ ଆରମ୍ଭ ହୋଇ ସୋମବାର ୯ ତାରିଖରେ ଶେଷ ହୋଇଛି। ଶେଷ ଦିନରେ ୧୧ ଜଣ ଆଇନଜୀବୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଓକିଲ ସଂଘର ସଭାପତି ପଦ ପାଇଁ ବର୍ତ୍ତମାନର ସଭାପତି ଆଇନଜୀବୀ ହିମାଂଶୁ ଭୂଷଣ ସାମଲ,ଦିଲ୍ଲୀପ କୁମାର ସାହୁ, ଉପସଭାପତି ପଦ ପାଇଁ ଧର୍ମେନ୍ଦ୍ରନାଥ ମିଶ୍ର, ପ୍ରଦୀପ ଚନ୍ଦ୍ର ପ୍ରଧାନ, ପ୍ରଦୀପ୍ତ କୁମାର ଭୁତିଆ, ସାଧାରଣ ସମ୍ପାଦକ ପଦ ପାଇଁ ଧ୍ରୁବ ଚରଣ ସାହୁ, ନିରୋଦ କୁମାର ମିଶ୍ର, ସହ ସମ୍ପାଦକ ପଦ ପାଇଁ ପ୍ରଭୁ ପ୍ରସାଦ ପ୍ରଧାନ, ସରିତାରାଣୀ ମିଶ୍ର,ସାଂସ୍କୃତିକ ସମ୍ପାଦକ ପଦ ପାଇଁ ଜ୍ୟୋସ୍ନାମୟୀ ସାହୁ, କୋଷାଧକ୍ଷ ପାଇଁ ପ୍ରଦୀପ କୁମାର ସେଠୀ ପ୍ରମୁଖ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଅନୁଗୁଳ ଓକିଲ ସଂଘର ସମୁଦାୟ ୫୧୩ଜଣ ସଦସ୍ୟ ଆସନ୍ତା ନିର୍ବାଚନରେ ନିଜର ମତାଧିକାର ସାବ୍ୟସ୍ତ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ପ୍ରଧାନ ପ୍ରକାଶ କରିଛନ୍ତି। ଓକିଲ ସଂଘର ୨୦୨୬-୨୭ ମସିହା ପାଇଁ ହେବାକୁ ଥିବା ନୂତନ କର୍ମକର୍ତ୍ତା ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରାଯିବା ନେଇ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ବରିଷ୍ଠ ଆଇନଜୀବୀ ପ୍ରମୋଦ କୁମାର ପ୍ରଧାନ ଓ ସହଯୋଗୀ ଆଇନଜୀବୀ ଦିଲ୍ଲୀପ ପ୍ରଧାନ, ଅଶୋକ ପଟ୍ଟନାୟକ, ଶିବରାମ ଦେହୁରୀ ପ୍ରମୁଖ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.