ଡ୍ରାଗନ ଦୋଳି ଖସି ୩ ଗୁରୁତର ଆହତ, ଜଣେ ସାମାନ୍ୟ ଆହତ।ହିଙ୍ଗୁଳା ଯାତ୍ରା ରେ ଅଘଟଣ। ଡ୍ରାଗନ ଦୋଳି ଖସି ୩ ଗୁରୁତର ଆହତ ଜଣେ ସାମାନ୍ୟ ଆହତ। ତାଳଚେର ରେ ଚାଲୁଥିବା ହିଙ୍ଗୁଳା ଯାତ୍ରା ଓ ଲୋକ ମହୋତ୍ସବ ରେ ଆଜି ରବିବାର ସନ୍ଧ୍ୟା ରେ ପ୍ରଚୁର ଭିଡ଼ ଜମିଥିବା ବେଳେ ଦୋଳି ଗୁଡ଼ିକର ମଜା ମଧ୍ୟ ବହୁ ଲୋକ ଉଠାଉଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଦୁର୍ଭାଗ୍ୟ ବଶତଃ ସେଠାରେ ଥିବା ଏକ ଡ୍ରାଗନ ଦୋଳି ଲାଇନଚ୍ୟୁତ ହୋଇ ପ୍ରାୟ ୧୦ ଫୁଟ ତଳକୁ ଖସି ପଡିଥିଲା । ଯେଉଁଥିରେ ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ସାମାନ୍ୟ ଆହତ ହୋଇଥିବା ଜଣା ପଡ଼ିଛି। ତେବେ ଆହତ ମାନଙ୍କୁ ପ୍ରଶାସନ ପକ୍ଷ ରୁ ମେଡିକାଲ ରେ ଭର୍ତ୍ତି କରିବା ସହିତ ମେଳା ରେ ଥିବା ସମସ୍ତ ଦୋଳି ଗୁଡ଼ିକୁ ବନ୍ଦ୍ କରି ଦିଆଯାଇଥିବା ଜଣା ପଡ଼ିଛି।