Webportal

ଜିଲ୍ଲା ଘରୋଇ ବିଦ୍ୟାଳୟ ଫେଡେରେସନ କ୍ରିୟାନୁଷ୍ଠାନ କମିଟିର ସ୍ବତନ୍ତ୍ର ବୈଠକ

0 41

ଅନୁଗୁଳ ଜିଲ୍ଲା ଘରୋଇ ବିଦ୍ୟାଳୟ ଫେଡେରେସନର ମିଳିତ ଆହ୍ବାନ କ୍ରମେ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ସଂଘର ସଭାପତି ମନୋରଞ୍ଜନ ଗଡ଼ନାୟକଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା । ବୈଠକରେ ଆଠଟି ବ୍ଲକର ସମସ୍ତ ସ୍ବୀକୃତିପ୍ରାପ୍ତ ଘରୋଇ ବିଦ୍ୟାଳୟ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ଶିକ୍ଷାବିଭାଗ ନିର୍ଦ୍ଦେଶ ଅନୁଯାଇ ଚଳିତବର୍ଷ ସମସ୍ତ ସ୍ବୀକୃତିପ୍ରାପ୍ତ ଘରୋଇ ବିଦ୍ୟାଳୟର ବକେୟା ଥିବା ଆର୍‌ଟିଇ ରିଅମ୍ବରସମେଣ୍ଟ ନିମନ୍ତେ ଆବଶ୍ୟକ ଡକ୍ୟୁମେଣ୍ଟ ଗୁଡିକ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ଯାଳୟରେ ଠିକ୍ ସମୟ ସୀମା ମଧ୍ଯରେ ପଇଠ କରିବା ପରେ ମଧ୍ଯ ଆଜି ପର୍ଯ୍ୟନ୍ତ ଜିଲ୍ଲା ଶିକ୍ଷାଅଧିକାରୀ ଓ ରାଜ୍ଯ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କ ନିକଟରେ ପହଞ୍ଚି ପାରିନି। କିଛି ବ୍ଲକ କର୍ମଚାରୀ ବିଦ୍ୟାଳୟ ମାନଙ୍କର ଡକ୍ୟୁମେଣ୍ଟ ଗୁଡିକ ନ ପଠାଇବାର ଉଦ୍ଦେଶ୍ଯ କ’ଣ? ଶିକ୍ଷା ନିର୍ଦେଶକଙ୍କ ନିକଟରେ ସଂଘ ପକ୍ଷରୁ ଆପତ୍ତି ପରେ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କ ନିର୍ଦେଶକଙ୍କୁ ମଧ୍ଯ ଜିଲ୍ଲା ଓ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ଯାଳୟର କିଛି କର୍ମଚାରୀଙ୍କ ବେଖାତିର ମନୋଭାବ । ବିଭିନ୍ନ ବିଦ୍ୟାଳୟର ୟୁଡାଇସ୍ ଅପଡେଟ୍ ଓ ସିଓଆର ମିଳିବା ନେଇ ଘରୋଇ ବିଦ୍ୟାଳୟ କର୍ତ୍ତୃପକ୍ଷ ମାନଙ୍କ ମଧ୍ଯରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜିଲ୍ଲା ଓ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ଯାଳୟର କିଛି କର୍ମଚାରୀଙ୍କ ମନୋମୁଖୀ କାର୍ଯ୍ୟ ଓ ବିଦ୍ୟାଳୟ ମାନଙ୍କର ଡକ୍ୟୁମେଣ୍ଟ ଗୁଡିକ ଠିକ୍ ଭାବେ ଅପଲୋଡ଼ ନ କରିବା ଓ ଠିକ୍ ସମୟରେ ଚିଠି ଗୁଡିକ ଉପସ୍ଥାପନ ନ କରିବା ଦ୍ବାରା ବିଦ୍ୟାଳୟର କର୍ତ୍ତୃପକ୍ଷ ଓ ଅଭିଭାବକ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଦ୍ୟାଳୟ କର୍ତ୍ତୃପକ୍ଷ ବିଭିନ୍ନ ଅପ୍ରିତିକର ପରିସ୍ଥିତିର ସମ୍ମୁଖୀନ ହେବା ପଛର କାରଣ କଣ ? ସରକାରଙ୍କ ଶିକ୍ଷାବିଭାଗ ନିର୍ଦ୍ଦେଶ ଅନୁଯାଇ ସିଓଆର ପ୍ରଦାନ, ଆରଟିଇ ରିଅମ୍ବରସମେଣ୍ଟ ପ୍ରଦାନ ଓ ନାମଲେଖା ନିମନ୍ତେ ନିର୍ଧାରିତ ସମୟସୀମା ଧାର୍ଯ୍ଯ ଥିଲେ ମଧ୍ଯ ବ୍ଳକ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ଯାଳୟର ଅହେତୁକ ବିଳମ୍ବ ଯୋଗୁଁ ଅଭିଭାବକ ଓ ବିଦ୍ୟାଳୟର କର୍ତ୍ତୃପକ୍ଷ ମାନେ ମାନସିକ ଚାପଗ୍ରସ୍ତ ହେଉଛନ୍ତି। ଆରଟିଇ ରିଅମ୍ବରସମେଣ୍ଟ ପ୍ରଦାନ ନିମିତ୍ତ ଆବଶ୍ୟକ ଡକ୍ୟୁମେଣ୍ଟ ନିମନ୍ତେ ବିଭିନ୍ନ ବ୍ଳକରେ ଭିନ୍ନ-ଭିନ୍ନ ନିୟମ ଲାଗୁ କରାଯିବା ଉଦ୍ଦେଶ୍ଯ କ’ଣ । ଜିଲ୍ଲା ଶିକ୍ଷାବିଭାଗର ବିଭିନ୍ନ ଅପ୍ରିତିକର ପରିସ୍ଥିତିର ସମ୍ମୁଖୀନ ହୋଇ ସମସ୍ତ ଘରୋଇ ବିଦ୍ୟାଳୟର କର୍ତ୍ତୃପକ୍ଷ ମାନେ ବିଭିନ୍ନ ଦାବି ନେଇ ସଂଘ ସଭାପତିଙ୍କ ନେତୃତ୍ବରେ ତା୧୪/୦୫/୨୦୨୬ ରିଖ ଦିନ ସଂଘ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଅନଶନ ଓ ଗଣଧାରଣା ନିମନ୍ତେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। କିନ୍ତୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ଲିଖିତ ଅନୁରୋଧ କ୍ରମେ ସଂଘ ସଭାପତି ଅନଶନକୁ ସାତଦିନ ପାଇଁ ଅବଧି ସମୟ ଦେଇ କାର୍ଯ୍ଯ ଶେଷ କରିବା ନିମନ୍ତେ ସଂଘ ଲିଖିତ ଅନୁରୋଧ କରିଛି । ସମସ୍ତ କାର୍ଯ୍ୟ ସାତଦିନ ମଧ୍ଯରେ ସମ୍ପୁର୍ଣ୍ଣ ନ ହେଲେ, ପୁନର୍ବାର ଶାନ୍ତିପୂର୍ଣ୍ଣ ଅନଶନ ଓ ଗଣଧାରଣା ଆହୁର ଜୋରଦାର ହେବା ସହିତ ସମସ୍ତ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ଯାଳୟରେ ମଧ୍ଯ ଅନଶନ ଓ ଗଣଧାରଣା ଅନୁଷ୍ଠିତ ହେବ ବୋଲି ଆଜି ସଂଘ ସଭାପତି ଶ୍ରୀ ଗଡ଼ନାୟକ ବୈଠକରେ ସୂଚନା ପ୍ରଦାନ କହିଛନ୍ତି। ଏହି ବୈଠକରେ ସଂଘର ଆଇନ ପରାମର୍ଶଦାତା ବରିଷ୍ଠ ଆଇନଜୀବୀ ଦ୍ୱାରିକା ପ୍ରସାଦ ନନ୍ଦ,ସଂଘର ଉପସଭାପତି ସୁମନ୍ତ କୁମାର ବିଶ୍ୱାଳ ସାଧାରଣ ସମ୍ପାଦକ ଅରୁଣ କୁମାର ସାହୁ,ଅଜିତ ମିଶ୍ର, କ୍ଷମାସିନ୍ଧୁ ସାହୁ, ସମସ୍ତ କର୍ମକର୍ତ୍ତା,ବହୁ ଘରୋଇ ବିଦ୍ୟାଳୟର ସ୍ୱତ୍ବାଧିକାରୀ, ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.