Webportal

ଅଭିଯୋଗକାରୀଙ୍କ ଫିଡ଼ବ୍ୟାକରେ ପ୍ରସ୍ତୁତ ହେବ ଥାନାର ରିପୋର୍ଟ କାର୍ଡ

ରାଜ୍ୟ ପୋଲିସର 'ମୋ ସରକାର' ଦିନିକିଆ କର୍ମଶାଳା ରେ ଘୋଷଣା

0 225

ଏଣିକି ଅଭିଯୋଗକାରୀଙ୍କ ପ୍ରତି ଥାନାରେ ପୋଲିସ ବାବୁ ମାନଙ୍କ ବ୍ୟବହାରକୁ ନେଇ ପ୍ରସ୍ତୁତ ହେବ ରିପୋର୍ଟ କାର୍ଡ।ସେମାନଙ୍କ ପ୍ରତି ପୋଲିସ ଅଧିକାରୀ ବ୍ୟବହାର ନେଇ ଅଭିଯୋଗକାରୀଙ୍କ ଠାରୁ ଫିଡ଼ ବ୍ୟାକ ନିଆଯିବ।ଶୁକ୍ରବାର ରାଜ୍ୟ ସରକାରଙ୍କ ‘ମୋ ସରକାର’ ଯୋଜନା ପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅବସରରେ ପୋଲିସ ଡିଜି ବି କେ ଶର୍ମା ଏହି ସୂଚନା ଦେଇଛନ୍ତି।ଏହି ସୂଚନା ଅନୁଯାୟୀ ଅଭିଯୋଗକାରୀଙ୍କ ସୂଚନା ଆଧାରରେ ପ୍ରତିଟି ପୋଲିସ ଥାନାର ରିପୋର୍ଟ କାର୍ଡ ପ୍ରସ୍ତୁତ ହେବ ଓ ଏଥିନିମନ୍ତେ ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କ ମତକୁ ବିଚାରକୁ ନିଆଯିବ।କଲ ସେଣ୍ଟରରୁ ଫୋନ କରି ସେମାନଙ୍କ ମତାମତ ସଂଗ୍ରହ କରାଯିବ ଏବଂ ଥାନାରୁ ପାଇଥିବା ସେବା ଅନୁଯାୟୀ ସେମାନେ ମାର୍କ ଦେବେ।ଏହି ମାର୍କ ଅନୁଯାୟୀ ତିଆରି କରାଯିବ ପ୍ରତି ଥାନାର ରିପୋର୍ଟ କାର୍ଡ।ଏଥିପାଇଁ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ପ୍ରତ୍ୟେକ ଜିଲ୍ଲାର ୨ ଜଣ ଲେଖାଏଁ ମାଷ୍ଟର ଟ୍ରେନର ଯୋଗ ଦେଇଛନ୍ତି ଯେଉଁମାନେ ଇନ୍ସପେକ୍ଟର, ଡ଼ିଏସପି ଏବଂ ଅତିରିକ୍ତ ଏସ୍ସି ରାଙ୍କର ଅଫିସରଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି।

Leave A Reply

Your email address will not be published.