Webportal

ପଞ୍ଜାବ କଂଗ୍ରେସକୁ ଝଟକା ପରେ ଝଟକା: ସିଦ୍ଧୁ ଜେଲ ଯିବା ପରେ ଏବେ ବିଜେପିରେ ସାମିଲ ହେଲେ ୪ ମନ୍ତ୍ରୀ

0 133

ପଞ୍ଜାବ କଂଗ୍ରେସକୁ ଲାଗିଛି ଝଟକା । ବିଧାନସଭା ନିର୍ବାଚନରେ ପରାଜୟ ହେବା ପରେ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଚି । କଂଗ୍ରେସ ସରକାର ସମୟର ୪ ଜଣ ମନ୍ତ୍ରୀ ବିଜେପି ସାମିଲ ହୋଇଛନ୍ତି । ଡ.ରାଜ କୁମାର ଭେକ୍ରା, ବଲବୀର ସିଂ ସିଦ୍ଧୁ, ଗୁରପ୍ରୀତ ସିଂ କାଙ୍ଗର ଏବଂ ସୁନ୍ଦେର ଶାମ ଅରୋରା ରବିବାର ବିଜେପିରେ ସାମିଲେ ହୋଇଛନ୍ତି । ଚଣ୍ଡିଗଡ ଦଳୀୟ କାର୍ଯ୍ୟାଳୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ସମସ୍ତେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି।

ମୋହାଲିରୁ ତିନି ଥର ବିଧାୟକ ନିର୍ବାଚିତ ହୋଇଥିବା ବରବୀର ସିଂ ସିଦ୍ଧୁ କଂଗ୍ରେସ ସରକାରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିଲେ। ସେହିପରି ରାମପୁରା ପୋଲ ଆସନରୁ ତିନି ଥର ନିର୍ବାଚିତ ହୋଇଥିବା ଗୁରପ୍ରୀତ କାଙ୍ଗର କଂଗ୍ରେସ ସରକାରରେ ରାଜସ୍ୱ ମନ୍ତ୍ରୀ ଥିଲେ। ସେହିପରି ରାଜ କୁମାର ଭେକ୍ରା ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଥିଲେ। ହୋସିୟାରପୁର ଆସନରୁ ପୂର୍ବତନ ବିଧାୟକ ସୁନ୍ଦେର ଶାମ ଅରୋରା କଂଗ୍ରେସ ସରକାରରେ ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରୀ ଥିଲେ।

ଏହା ପୂର୍ବରୁ ପୂର୍ବତନ କଂଗ୍ରେସ ବିଧାୟକ ବରନାଲା କେୱାଲ ସିଂ ଏବଂ ଶିରୋମଣି ଅକାଳୀ ଦଳ ବିଧାୟକ ସରୁପ ଚାନ୍ଦ ଶ୍ରୀଙ୍ଗଲା ଏବଂ ମୋହିନ୍ଦର କୌର ଜୋଶ ବିଜେପିରେ ସାମିଲ ହୋଇଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଥିଲେ

Leave A Reply

Your email address will not be published.