ଆଜି ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ କଂଗ୍ରେସ ଭବନଠାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ବର୍ଗତ ରାଜୀବଗାନ୍ଧୀଙ୍କ ତିରୋଧାନ ଦିବସ ରାଜ୍ୟ ଦଳିତ କଂଗ୍ରେସର ସାଧାରଣ ସମ୍ପାଦକ ତପନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉପସ୍ଥିତ ସମସ୍ତ କଂଗ୍ରେସ ନେତା ଓ କର୍ମୀ ସ୍ବର୍ଗତ ନେତା ରାଜୀବଗାନ୍ଧୀଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରିବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ବର୍ଗତ ରାଜୀବଗାନ୍ଧୀଙ୍କ ଜୀବନୀ ଓ ବଳିଦାନ ଉପରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା। ଅତ୍ୟାଧୁନିକ ଭାରତ ନିର୍ମାଣରେ ସ୍ବର୍ଗତ ନେତାଙ୍କ ଅବଦାନ ଚିର ସ୍ମରଣୀୟ ହୋଇ ରହିବ। ସେ ଥିଲେ ବିକାଶଶୀଳ ଭାରତ ଗଠନର ସୂତ୍ରଧର। ଭାରତ ବର୍ଷର ସମସ୍ତ ଯୋଜନାର ଅର୍ଥ ଜନ ସାଧାରଣ ପାଖକୁ ପହଞ୍ଚି ପାରୁନଥିବା ହେତୁ ସେ ପଞ୍ଚାୟତ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଥିଲେ ବୋଲି ବର୍ଣ୍ଣନା କରିଥିଲେ। ଆଜିର ଏହି ସ୍ମୃତି ସଭାରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଅମୂଲ୍ୟ ବେହେରା, ବିନୋଦ କୁମାର ମାଝୀ, ରାକେଶ ମିଶ୍ର, ସ୍ବରୁପ ମିଶ୍ର, ସଂଗ୍ରାମ କେଶରୀ କୁଅଁର, ରଶ୍ମି ରଞ୍ଜନ ସାହୁ, ସଞ୍ଜୟ ସାହୁ, ସଂଗ୍ରାମ ବେହେରା, ରଞ୍ଜିତ ବେହେରା, ଅଭୟ ବେହେରା, ଅଭୟ କୁମାର ସାହୁ, ଧୀରେନ କୁମାର ମୁଦୁଲି, ଅରୁପ ସାମଲ, ମନୋଜ ସାହୁ, ପ୍ରତାପ ସେଠି, ସୁଶିଲ ମିଶ୍ର, ଧୃବ ଚରଣ ନାଏକ, ସତ୍ୟବ୍ରତ କର୍ଣ୍ଣ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।