ନିଆଁରା ଢଙ୍ଗରେ ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ରାଜୀବ ଗାନ୍ଧି ଙ୍କ ତିରୋଧାନ ଦିବସରେ ହୁଲୁରିସିଂହା ସ୍ଥିତ ଶୁଖିଲା ଚଉଳୁଳି ବନ୍ଧରେ କ୍ରିକେଟ ମ୍ୟାଚ୍ ଅନୁଷ୍ଟିତ ହୋଇଯାଇଛି । ନଗର କଂଗ୍ରେସ କମିଟି ସଭାପତି ରଶ୍ମିରଂଜନ ସାହୁ ଙ୍କ ନେତୃତ୍ୱରେ ଏହି ଆୟୋଜନ ହୋଇଯାଇଛି। ସୂଚନା ଅନୁଯାୟୀ ବିଗତ ଦିନଗୁଡ଼ିକରେ ନଗର କଂଗ୍ରେସ କମିଟି ତରଫ ରୁ ଉକ୍ତ ଚଉକୁଳି ବନ୍ଧ ର ସମସ୍ୟା ସହିତ ଅନ୍ୟାନ୍ୟ ବନ୍ଧ ପୁନଃ ଉଦ୍ଧାର ପାଇଁ ପୌରପାଳିକା କୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଆଜି ପର୍ଯ୍ୟନ୍ତ ନିଆ ଯାଇ ନାହିଁ।ଏଣୁ ଏହାକୁ ଆଖିଆଗରେ ରଖି ଏକ ଶୁଖିଲା ବନ୍ଧରେ କ୍ରିକେଟ ଖେଳ କରି ନଗର କଂଗ୍ରେସ ପ୍ରଶାସନକୁ ଜଣାଇ ଦେବାକୁ ଚାହିଁଛି ଯେ ବର୍ତ୍ତମାନ ସମୟରେ ଜଳ ସମସ୍ୟା ସହର ରେ ଉକୃଷ୍ଟ ରୂପେ ନେଇଛି। ଯାହା ଫଳରେ ସହର ବାସୀ ନିଜ ମୌଳିକ ଅଧିକାର ରୁ ବଞ୍ଚିତ ହେଉଛନ୍ତି, ତୁରନ୍ତ ସହର ମଧ୍ୟରେ ଥିବା ସମସ୍ତ ବନ୍ଧ ଗୁଡ଼ିକ ବ୍ୟବହାର ଉପଯୋଗୀ ବା ପୁନଃ ଉଦ୍ଧାର ନକରିବା ଯାଏ ଏହି ଭଳି ନିଆରା ଢଙ୍ଗରେ ପ୍ରଶାସନକୁ ଓ ନେତୃ ବୃନ୍ଦକୁ ଅନଗୁଳ ନଗର କଂଗ୍ରେସ ଚେତେଇବ ବୋଲି ସୁଚନା ମିଳିଛି।ଏହି କାର୍ଯ୍ୟକ୍ରମରେ ପୂର୍ବତନ ନଗର କଂଗ୍ରେସ ସଭାପତି ଶ୍ରୀ ସୁଦୀପ ମିଶ୍ର, ସଞ୍ଜୀବ ମାଣ୍ଡୋଠିଆ , ନଗର କଂଗ୍ରେସ ଉପ ସଭାପତି ସୁଶିଲ ମିଶ୍ର, ନଗର ସମ୍ପାଦକ ପ୍ରକାଶ ସେଠୀ, କୋଷାଧ୍ୟକ୍ଷ ରାକେଶ ସାହୁ, ସତ୍ୟବ୍ରତ କର୍ଣ୍ଣ,ବିଶ୍ବନାଥ ଦାସ,ଦେବରାଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।