Webportal

କରୋନା ସମ୍ପର୍କରେ ଗୁଜବ ପ୍ରଚାର କରି ଅନୁଗୁଳ ସହରରୁ ଜଣେ ଗିରଫ

0 866

ଆଜି ପାଟ୍ରୋଲିଂ କରୁଥିବା ବେଳେ ଅନୁଗୁଳ ଟାଉନ ପୋଲିସ ଦଳ ବିଶ୍ୱସ୍ତ ସୂତ୍ରରୁ ଜଣେ ବ୍ୟକ୍ତି କରୋନା ସମ୍ପର୍କୀୟ ମିଥ୍ୟା ଖବର ଫେସବୁକ ରେ ଦେଇଥିବାର ଖବର ପାଇଥିଲେ।ଏହାପରେ ତୁରନ୍ତ ସେମାନେ ଯାଇ ସେ ବ୍ୟକ୍ତିଙ୍କୁ ଧରିବାରେ ସଫଳ ହେଇଥିଲେ। ଉକ୍ତ ବ୍ୟକ୍ତି ହେଲେ ଅନୁଗୁଳ ସହର ୱାର୍ଡ ନମ୍ବର ୬ ର ୫୨ବର୍ଷୀୟ ବିଜୟ କୁମାର ସୋନି।ସେ ନିଜର ଦୋଷ ସ୍ୱୀକାର କରିଥିଲେ।ପୋଲିସ ଉକ୍ତ ବ୍ୟକ୍ତିଙ୍କ ମୋବାଇଲ ଫୋନ ଜବତ କରିବା ସହ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜିଲ୍ଲାରେ ଏହା ହେଉଛି ଦ୍ଵିତୀୟ ଗିରଫଦାରୀ କରୋନା ସମ୍ପର୍କରେ ଗୁଜବ ପ୍ରଚାର କରିବା ଅଭିଯୋଗରେ।

Leave A Reply

Your email address will not be published.