Webportal

ସରକାରୀ କୃମି ଔଷଧ ସେବନ କରି ସ୍କୁଲ ଛାତ୍ରଛାତ୍ରୀ ଅସୁସ୍ଥ

0 203

ଆଜି ବିଦ୍ୟାଳୟରେ ବଣ୍ଟା ଯାଇଥିବା କୃମି ଔଷଧ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଅଭିଯୋଗ। ସେମାନଙ୍କ ମଧ୍ୟରୁ ଅତି ଗୁରତରଙ୍କୁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକର ତଳମୂଳ ନୂଆସାହିରେ ଥିବା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କୁ ଆଜି କୁର୍ମି ଔଷଧ ଖାଇବାକୁ ଦିଆଯାଇଥିଲା ଯାହାର କିଛି ସମୟ ପରେ ଛାତ୍ରଛାତ୍ରୀ ମାନେ ଅସୁସ୍ଥ ଅନୁଭବ କରିଥିଲେ ଓ ସେମାନଙ୍କ ମଧ୍ୟରୁ କିଛି ବାନ୍ତି କରିଥିଲେ ଏବଂ ଚାରି ଜଣ ଛାତ୍ରୀ ଚେତାଶୂନ୍ୟ ହୋଇ ଯାଇଥିଲେ। ପରିସ୍ଥିତି ବିଗିଡିବାରୁ କିଛି ଛାତ୍ର ଛାତ୍ରୀଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି ଯେଉଁଠି ସେମାନଙ୍କର ଆଶୁ ଚିକିତ୍ସା କରାଯିବା ସହ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଡାକ୍ତରୀ ଦଳ ଦ୍ୱାରା ନଜର ରଖାଯାଇଛି ।

Leave A Reply

Your email address will not be published.