Webportal

ଭାରତ ବନ୍ଦ ଡାକରା; ଏକ ରହସ୍ୟ

ନିରୀହ କୃଷକଙ୍କୁ ରାଜନୈତିକ ଦଳ ଉସ୍କାଉଥିବା ସନ୍ଦେହ; ଚଳିତ ପରୀକ୍ଷା ଋତୁ ଶେଷ ପର୍ଯ୍ୟନ୍ତ ବନ୍ଦ ସ୍ତ୍ତଗିତ ଜନହିତରେ

0 311

ଆସନ୍ତା ୧୬ ତାରିଖରେ କୃଷକ ମାନଙ୍କ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହା ଦ୍ବାରା ରାଜସ୍ବ ଅନେକ ମାତ୍ରାରେ ଦେଶର କ୍ଷତି ହେବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ସବୁଠାରୁ ମୁଖ୍ୟ କଥା ହେଲା ଛାତ୍ର ଛାତ୍ରୀ ମାନଙ୍କର ସେହିଦିନ ବୋର୍ଡ ଓ ବାର୍ଷିକ ପରୀକ୍ଷା ଦେଶସାରା ଚାଲିବାର ସମୟ ସାରଣୀ ରହିଛି। ଏହି ବନ୍ଦରେ ଶିକ୍ଷାନୁଷ୍ଠାନ ଗୁଡିକୁ ମଧ୍ୟ ସାମିଲ କରାଯାଇଛି। ଯାହା ଫଳରେ ପରୀକ୍ଷାର୍ଥୀ ମାନେ ସେହିଦିନ ପରୀକ୍ଷା ଦେବାକୁ ଅସମର୍ଥ ହେବାର ଆଶଙ୍କା ରହିଛି। ଏହା ହେଲେ ପରୀକ୍ଷାର୍ଥୀ ମାନଙ୍କ ପ୍ରସ୍ତୁତି ଉପରେ ନକାରାତ୍ମକ ପ୍ରଭାବ ପକାଇବ, କାରଣ ସେହି ଦିନ ପାଇଁ ପ୍ରସ୍ତୁତି କରିଥିବା ବିଷୟ ଅନ୍ୟ ଏକ ଦିନକୁ ଧାର୍ଯ୍ୟ ହେଲେ ସେମାନଙ୍କ ସେହି ବିଷୟ ରେ ପରୀକ୍ଷା ଦେବାର ଦକ୍ଷତା କମ ମଧ୍ଯ ହେଇପାରେ ଯାହା ଫଳରେ ସେହି ବିଷୟରେ ନମ୍ବର କମ ଆସିବାର ଆଶଙ୍କା ରହିଛି। କିନ୍ତୁ ଆମକୁ ଖାଦ୍ୟ ଯୋଗାଉଥିବା ନିରୀହ କୃଷକ କେବେବି ଏହା ଚାହିବେ ନାହି କି ପରୀକ୍ଷାର୍ଥୀ ମାନେ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହୁଅନ୍ତୁ। ଏ ପରୀକ୍ଷାର୍ଥୀଙ୍କୁ ହଇରାଣ କରି ନାମ ଅର୍ଜନ କରିବାର ଯୋଜନା କେବଳ କୃଷକଙ୍କ ବନ୍ଦ ଡାକରା କୁ ସମର୍ଥନ କରୁଥିବା ରାଜନୈତିକ ଦଳ ମାନଙ୍କର ହେଇଥିବ ଓ ଏହି ଦଳ ମାନଙ୍କ ଉସୁକାଇବାରେ କୃଷକ ବିଚରା ନିରୀହ କିଛି ବୁଝି ପାରି ନ ଥିବେ। ଏଣୁ ରାଜନୈତିକ ଦଳଙ୍କ ଏହି ବନ୍ଦ ସମର୍ଥନ ଯୋଜନା ଚଳିତ ପରୀକ୍ଷା ଋତୁ ଶେଷ ହେବା ପର୍ଯନ୍ତ ସ୍ତ୍ତଗିତ ରହିଲେ ବିଶେଷକରି ପରୀକ୍ଷାର୍ଥୀ ଉପକୃତ ହୁଅନ୍ତେ।

Leave A Reply

Your email address will not be published.