Webportal

ପୂର୍ତ୍ତବିଭାଗ ଅଧିକାରୀ ମାଲାମାଲ; ସରକାର କାଙ୍ଗାଳ

ଏମିତି ହେଉଛି ଅନୁଗୁଳ ସହର ରେ ରାସ୍ତା ମରାମତି

0 111

ପୂର୍ତ୍ତବିଭାଗ ଅଧିକାରୀ ମାଲାମାଲ । ସରକାର କାଙ୍ଗାଳଏମିତି ହେଉଛି ଅନୁଗୁଳ ସହର ରେ ରାସ୍ତା ମରାମତି।

ଏ ଖବର ପଢ଼ିଲେ ଆପଣଙ୍କ ମୁଣ୍ଡ ନିଶ୍ଚିତ ଭାବରେ ଗରମ ହେଇଯିବ। ଆଉ ଯଦି ଅନୁଗୁଳ ସହର ଭିତରେ ସଦ୍ୟ ମରାମତି ହେଇଥିବା ରାସ୍ତାର ଅବସ୍ଥା ଦେଖିବେ ତେବେ ଆପଣ ଚିନ୍ତା କରିବାକୁ ବାଧ୍ୟ ହେବେ ଯେ ଆପଣ ସରକାରଙ୍କୁ ନାନା ପ୍ରକାର ଟିକସ କଣ ପୂର୍ତ୍ତ ବିଭାଗ ଅଧିକାରୀ ମାନଙ୍କ ପକେଟ୍ ଗରମ କରି ତାଙ୍କର ବେନାମୀ ସମ୍ପତ୍ତି ବଡାଇବା ପାଇଁ ପ୍ରଦାନ କରୁଛନ୍ତି।

ଏଇ ମାତ୍ର ପ୍ରାୟ ଦିନ ପନ୍ଦରଟା ତଳେ ଅନୁଗୁଳ ସହର ଭିତର ର ଅଧିକାଂଶ ରାସ୍ତା ପୂର୍ତ୍ତ ବିଭାଗ ପକ୍ଷରୁ ଠିକାଦାରଙ୍କ ଜରୀଆରେ ଖୁବ ଭଲ ଭାବରେ ମରାମତି କରାଯାଇଥିଲା। ରାସ୍ତା ସାରା ଅନେକ ଖାଲ ଢିପ ଆଦି ହୋଇଥିବାରୁ ସାଧାରଣ ଜନତାଙ୍କ ଯାତାୟତରେ ବହୁତ ଅସୁବିଧା ହେଉଥିଲା। ତା ସହିତ ଅନେକ ଦୁର୍ଘଟଣା ମଧ୍ୟ ଘଟୁଥିଲା।

ପୂର୍ତ୍ତ ବିଭାଗ ଯେତେବେଳେ ରାସ୍ତା ମରାମତି କାମ ସମ୍ପୂର୍ଣ କରିଥିଲା ସେତେବେଳେ ଭାଙ୍ଗି ଯାଇଥିବା ରାସ୍ତା ସବୁ ନୁଆ ରାସ୍ତା ଭଳି ଚକାଚକ୍ ଦିଶିଲା ଓ ରାସ୍ତାରେ ଯାନବାହାନ ନେଇ ଯିବା ଆସିବା କରିବା ବହୁତ ସୁଖଦ ଅନୁଭୂତି ଦେଲା।

କିନ୍ତୁ ଦିନ ପନ୍ଦରଟା ଯାଇଛି କି ନାହିଁ ଭଲ ରାସ୍ତାର ଅନୁଭୂତି ଯେମିତି ଦୁଃସ୍ଵପ୍ନ ପାଲଟିଗଲା। ଯେଉଁ ଯେଉଁ ଜାଗାରେ ରାସ୍ତା ଭାଙ୍ଗି ଖାଲ ଢିପ ହେଇ ଲୋକଙ୍କୁ କଷ୍ଟ ଦେଉଥିଲା ସେଇ ସେଇ ଜାଗା ସବୁ ପୂର୍ବପରି ହେଇଗଲା। ମରାମତି କରାଯାଇଥିବା ଖାଲ ଢିପ ଉପରୁ ପିଚୁ ଆଦି ଉଠି ପୂର୍ବପରି ଖାଲ ଢିପ ସବୁ ବାହାରିବା ଆରମ୍ଭ ହେଇଗଲା।

ତା ମାନେ ଲୋକଙ୍କ ଟିକସ ଟଙ୍କାରେ ରାସ୍ତା ତିଆରି ପାଇଁ ପୂର୍ତ୍ତ ବିଭାଗ ଠିକାଦାର କୁ ଅର୍ଥ ପଇଠ କରୁଛି। କିନ୍ତୁ ରାସ୍ତାର ନକଲି ମରାମତି କରି ଟଙ୍କା ପାଇବା ପାଇଁ ଫଟୋ ଉଠାଇ ସରକାରି ଫାଇଲ ରେ କାମ ଶେଷ ହୋଇଥିବା ଦେଖେଇ ଦିଆ ଯାଉଛି। ଆମକୁ ମିଳିଥିବା ଖବର ଅନୁଯାୟୀ ରାସ୍ତା ମରାମତି କରିବା ପାଇଁ ଦିଆଯାଉଥିବା ଟଙ୍କାର ପ୍ରାୟ ତିରିଶ ଭାଗ ମରାମତି କରିବା ପାଇଁ ଖର୍ଚ୍ଚ ହେଉଛି ଆଉ ବାକି ସତୁରି ଭାଗ ଟଙ୍କା ଠିକାଦାର ଓ ପୂର୍ତ୍ତ ବିଭାଗ ଅଧିକାରୀ ମାନଙ୍କ ମଧ୍ୟରେ ଭାଗ ବଣ୍ଟା ହେଉଛି। ଏଇଠି ଜାଣି ରଖିବା ଉଚିତ ଯେ ଅଧିକାଂଶ ଠିକାଦାରଙ୍କୁ ପୂର୍ତ୍ତ ବିଭାଗ ଅଧିକାରୀ ମାନେ ଠକିବା ଶିଖାଉଛନ୍ତି। ଆମ ସୂଚନା ଅନୁଯାୟୀ ଯଦି ପିସି ବା ମରାମତି କରିବା ପାଇଁ ମିଳୁଥିବା ଟଙ୍କାର ଏକ ନିର୍ଦ୍ଦିଷ୍ଟ ଭାଗ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ଦିଆ ନ ଯାଏ ତେବେ ଜଣେ ଠିକାଦାରକୁ ଠିକା କାମ ନ ମିଳି ଅନ୍ୟ ଜଣକୁ ମିଳିଥାଏ।

ଏଠି ଠିକାଦାର ମାନେ ଥରେ ଚିନ୍ତା କରିବା ଉଚିତ ଯେ ଏହିପରି କରି ସେମାନେ ଦେଶଦ୍ରୋହ ପରି କାମ କରୁଛନ୍ତି। ଆଉ ପୂର୍ତ୍ତ ବିଭାଗର ସଂପୃକ୍ତ ଅଧିକାରୀଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର କରି ତାଙ୍କ ସମ୍ପତ୍ତି ବ୍ୟଯାପ୍ତ କରି ରାଜ୍ୟ ରାଜକୋଷ ରେ ଜମା କରିବାର ଆବଶ୍ୟକତା ରହିଛି।

Subscribe to our newsletter
Sign up here to get the latest news, updates and special offers delivered directly to your inbox.
You can unsubscribe at any time
Leave A Reply

Your email address will not be published.