Webportal

ପ୍ରତାପ ପ୍ରଧାନଙ୍କ ବିଧାୟକ ହେବା ପଥରେ କଣ୍ଟା ତାଙ୍କରି ଆର୍ଥିକ ସ୍ୱଚ୍ଛଳ ସାଥୀ

ବାଛବିଚାର କରି ପ୍ରସ୍ତୁତ ହୋଇଥିବା ଛୋଟ ବଡ଼ ଗଣମାଧ୍ୟମ ସଂସ୍ଥାର ତାଲିକା ମଧ୍ୟ ଏକ ଅଡ଼ୁଆ

0 144

ପ୍ରତାପ ପ୍ରଧାନ ବା ନିଲୁ! ଏହି ନାଁଟି ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅତି ଜଣାଶୁଣା ଥିବା ସହିତ ସଧାରଣ ଲୋକେ ଅତି ଆଦରର ସହିତ ନିଅନ୍ତି। କାରଣ ପ୍ରତାପ ବିଗତ ଦିନରେ ବାରମ୍ବାର ପୌର ନିର୍ବାଚନ ଜିତି କାଉନସିଲର ରହି ଆସିଥିବା ବେଳେ ଅତି ଉତ୍ତମ ଲୋକସଂପର୍କ ରଖି ଆସୁଥିଲେ। ସେ ଅନୁଗୁଳ ଜିଲ୍ଲା କ୍ରିକେଟ ସଂଘ ସହିତ ମଧ୍ୟ ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହି ଆସୁଛନ୍ତି। ପ୍ରତାପଙ୍କ ସବୁଠାରୁ ବଡ ପରିଚୟ ଆଜିର ଦିନରେ ହେଲା ସେ ବାରମ୍ବାର ଅନୁଗୁଳ ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇ ଆସୁଛନ୍ତି। ପ୍ରଥମେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବେ ଓ ପରବର୍ତ୍ତୀ ସମୟରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବେ ଅନୁଗୁଳ ବିଧାନସଭା ଆସନରୁ ନିର୍ବାଚନ ଲଢି ଆସୁଛନ୍ତି। ଆସନ୍ତା ସାଧାରଣ ନିର୍ବାଚନରେ ମଧ୍ୟ ପ୍ରତାପ ବିଜେପି ଟିକେଟରେ ଅନୁଗୁଳ ବିଧାନସଭା ଆସନରୁ ନିର୍ବାଚିତ ଲଢ଼ିବେ ଏଥିରେ ତିଲେମାତ୍ର ସନ୍ଦେହ ନାହିଁ। ନିଲୁ ବା ପ୍ରତାପ ଧର୍ମେନ୍ଦ୍ର ପ୍ରଧାନଙ୍କ ଅତି ନିକଟତର ହୋଇଥିବାରୁ ଅନେକ ଲୋକଙ୍କୁ ଦିଲ୍ଲୀ ପ୍ରଭାବ ଜରିଆରେ ସାହାଯ୍ୟ କରିଥିବା ମଧ୍ୟ କାହାକୁ ଅଛପା ନାହିଁ। ପ୍ରତାପଙ୍କ ପ୍ରଭାବ ଏତେ ମାତ୍ରାରେ ବଢ଼ିଛି ବୋଲି ସେ ନିଜେ ଅନୁଭବ କହୁଛନ୍ତି ଯେ ତାଙ୍କ ପକ୍ଷରୁ ବଡ଼ ସାମ୍ୱାଦିକ ଓ ଛୋଟ ସାମ୍ୱାଦିକ ଏହିଭଳି ଦୁଇଟି ଭାଗର ତାଲିକା ତିଆରି କରାଯାଇଥିବା ସୂଚନା ମିଳେ। ସମସ୍ତ ସାମ୍ୱାଦିକ ମାନଙ୍କୁ ଦଳୀୟ କାର୍ଯ୍ୟକ୍ରମର ସୂଚନା ମିଳୁ ନ ଥିବାରୁ ବିଜେପି ଦଳର ଗତିବିଧି ସମ୍ପର୍କରେ ସାଧାରଣ ଲୋକଙ୍କୁ ପର୍ଯ୍ୟାପ୍ତ ମାତ୍ରାରେ ଖବର ମିଳି ପାରୁନାହିଁ। ଯାହାକି ଦଳ ପାଇଁ ଆସନ୍ତା ନିର୍ବାଚନରେ ଅସୁବିଧା ସୃଷ୍ଟି କରିପାରେ। ଆସନ୍ତା ନିର୍ବାଚନ ରେ ପ୍ରତାପ ତାଙ୍କର ପାରମ୍ପରିକ ଅନୁଗୁଳ ବିଧାନସଭା ଆସନରୁ କଡ଼ା ଟକର ଦେବାର ଆଶା ଭିତରେ ତାଙ୍କ ପାଇଁ ଏକ ନିରାଶ କଲାଭଳି ଖବର ଅଛି। ଖବର ଅନୁଯାୟୀ ପ୍ରତାପ ପ୍ରଧାନ ଅନେକ ଆର୍ଥିକ ପ୍ରଭାବ ଥିବା ବ୍ୟକ୍ତିଙ୍କ ସହ ଅତି ଉତ୍ତମ ସମ୍ପର୍କ ରଖିଛନ୍ତି ଯେଉଁମାନେ କି ଆବଶ୍ୟକ ପଡିଲେ ନିଜ ପକେଟରୁ ପ୍ରତାପଙ୍କ ଇଙ୍ଗିତରେ ଦଳ ପାଇଁ ଟଙ୍କା ଖର୍ଚ୍ଚ କରି ଆସୁଛନ୍ତି। ସେଥିରୁ କାହା କାହାକୁ ପ୍ରତାପ ଦଳୀୟ ପଦପଦବୀ ରେ ବସେଇଛନ୍ତି। ଆଉ ପ୍ରତାପଙ୍କ ଦ୍ଵାରା ସୃଷ୍ଟି ହେଇଥିବା ସେହି ଯୁବା ନେତା ହିଁ ଦଳୀୟ ନାମକୁ ଧରି କରୁଥିବା ତାଙ୍କର ବ୍ୟବହାର ପାଇଁ ପ୍ରତାପଙ୍କ ବିରୁଦ୍ଧରେ କଣ୍ଟା ସାଜି ଆସନ୍ତା ନିର୍ବାଚନରେ ତାଙ୍କର ଭୋଟ କମେଇବାରେ ଭୂମିକା ଗ୍ରହଣ କରିପାରନ୍ତି। ଏଥିରେ ପ୍ରତାପଙ୍କ କିଛି ଭୁଲ ନାହିଁ କାରଣ ସବୁ ରାଜନୈତିକ ଦଳର ନେତା ମାନେ ଖର୍ଚ୍ଚ କରିବା ପାଇଁ ଆର୍ଥିକ ପ୍ରଭାବ ଥିବା ବ୍ୟକ୍ତିଙ୍କୁ ସହାୟକ ଭାବେ ଖୋଜନ୍ତି ଓ ସେମାନଙ୍କୁ ସନ୍ତୁଷ୍ଟ କରିବାକୁ ଛୋଟ ମୋଟ ଦଳୀୟ ପଦପଦବୀ ରେ ବସେଇ ଥାଆନ୍ତି। କିନ୍ତୁ ପ୍ରତାପ କେବେ ବି ଚିନ୍ତା କରି ନ ଥିବେ ଯେ ସେହି ବ୍ୟକ୍ତିଙ୍କ ବ୍ୟବହାର ଆସନ୍ତା ନିର୍ବାଚନରେ ତାଙ୍କୁ ଅଡ଼ୁଆରେ ପକାଇପାରେ। ଏବେ ସାଧାରଣ ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ସେମାନଙ୍କୁ ଦୂରେଇବା ମଧ୍ୟ ତାଙ୍କ ପାଇଁ କଷ୍ଟକର। ଦେଖାଯାଉ ଆମ ଖବର ପଢ଼ି ପ୍ରତାପ ବାବୁ ସବୁକିଛି ମ୍ୟାନେଜ କରି ଆସନ୍ତା ନିର୍ବାଚନରେ ଭଲ ପ୍ରଦର୍ଶନ କରି ପାରୁଛନ୍ତି ନା ତାଙ୍କ ନିର୍ବାଚନୀ ରାସ୍ତାରେ କଣ୍ଟା ସାଜିବାକୁ ଆଶା ଥିବା ବ୍ୟକ୍ତି ନକାରାତ୍ମକ ପ୍ରଭାବ ପକାଉଛନ୍ତି।

Subscribe to our newsletter
Sign up here to get the latest news, updates and special offers delivered directly to your inbox.
You can unsubscribe at any time
Leave A Reply

Your email address will not be published.