Webportal

ଢେଙ୍କାନାଳ ଲୋକସଭା ଆସନରୁ ବିଜେପିର କିଏ ପ୍ରାର୍ଥୀ : ରୁଦ୍ର ପାଣି ନା ଖୋଦ ଧର୍ମେନ୍ଦ୍ର

ଆଶ୍ଵାସନା ମିଳିଲେ ଧର୍ମେନ୍ଦ୍ର ନଚେତ ଅନିଚ୍ଛା ସତ୍ତ୍ବେ ରୁଦ୍ର

0 106

ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ନିର୍ବାଚନ ପାଇଁ ଢେଙ୍କାନାଳ ସଂସଦୀୟ ଆସନରୁ ପ୍ରାର୍ଥୀ ଖୋଜିବା ବିଜେପି ପାଇଁ ମୁଣ୍ଡବ୍ୟଥା ବଢାଇ ଦେଇଛି। ପୂର୍ବରୁ ଜାତୀୟ ସ୍ତରର ହେବିୱେଟ ନେତା ଓ କେନ୍ଦ୍ରୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦଳ ପ୍ରାର୍ଥୀ ଭାବେ ଘୋଷଣା କରିବ ବୋଲି ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ବୋଧେ ଦଳୀୟ ସର୍ଭେ ଅନୁସାରେ ପରିସ୍ଥିତି ଅନୁକୂଳ ନ ଥିବାରୁ ବା ହାରିବାର ଭୟ ଅଧିକ ଥିବାରୁ ଧର୍ମେନ୍ଦ୍ର ସମ୍ବଲପୁର ଲୋକସଭା ଆସନ ଆଡେ ମୁହାଁଇ ଥିଲେ। ତା ସହିତ ଧର୍ମେନ୍ଦ୍ରଙ୍କ ବାରମ୍ବାର ସମ୍ବଲପୁର ଲୋକସଭା ଅଞ୍ଚଳକୁ ଗସ୍ତ ଆରମ୍ଭ ହୋଇଯାଇଛି। କିନ୍ତୁ ଏବେ ସମ୍ବଲପୁର ଲୋକସଭା ଅଞ୍ଚଳରେ କର୍ମୀ ଓ ନେତା ମହଲରୁ କିଛି ବିରୋଧାଭାସ ର ଖବର ଆସୁ ଥିବାରୁ ଧର୍ମେନ୍ଦ୍ର ଟିକିଏ ବିଚଳିତ ହୋଇ ଥିବାର ବିଶ୍ଵସ୍ତ ସୂତ୍ରରୁ ଜଣାପଡେ। ତେଣୁ ଚର୍ଚ୍ଚା ଅନୁଯାୟୀ ଯଦି ଚଳିତ ଲୋକସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ରାଜ୍ୟରେ ଲୋକସଭା ର ୨୧ ଟି ଆସନ ପାଇଁ କିଛି ଭିତିରିଆ ବୁଝାମଣା ହୁଏ ତେବେ ଧର୍ମେନ୍ଦ୍ର ବିଜେଡ଼ି ପକ୍ଷରୁ ଢେଙ୍କାନାଳ ଲୋକସଭା ଆସନ ରୁ ସୁପ୍ତପ୍ରାୟ ପ୍ରାର୍ଥୀ ଛିଡ଼ା କରାଇ ନିଜେ ବିକେପି ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ଚିନ୍ତା କରୁଛନ୍ତି। କାରଣ ଢେଙ୍କାନାଳ ଲୋକସଭା ଆସନ ଅଞ୍ଚଳରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନା ଜଣେ ବି କର୍ମୀ ବିରୋଧ କରିବେ ନା ନେତା ବିରୋଧ କରିବେ। ତା ସହିତ ବରିଷ୍ଟ ବିଜେପି ନେତା ତଥା ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣିଙ୍କର ଅଜସ୍ର ପକେଟ୍ ଭୋଟ ଧର୍ମେନ୍ଦ୍ରଙ୍କ ଖାତାରେ ଆପେ ଆପେ ପଡ଼ିଯିବ, ଯାହାକି ତାଙ୍କର ବିଜୟ ସମ୍ଭାବନା କୁ ବଢେଇ ଦେବ।। ଆଉ ଯଦି ବିଜେଡି ବିଜେପି ମଧ୍ୟରେ ଭିତିରିଆ ବୁଝାମଣା ଆଶା ଅସଫଳ ହୁଏ ଟେବେ ସେହି ପରିସ୍ଥିତିରେ ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେଡ଼ି କୁ ଦୁର୍ବଳ ପ୍ରାର୍ଥୀ ମିଳିବାକୁ ଆଶା ଥିବାରୁ ଧର୍ମେନ୍ଦ୍ର ସମ୍ବଲପୁର ଲୋକସଭା ଆସନ ରୁ ହିଁ ପ୍ରାର୍ଥି ହେବାର ପୂର୍ଣ୍ଣ ସମ୍ଭାବନା ରହିଛି। ସେହି ପରିସ୍ଥିତିରେ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି ନିଜର ଶାରୀରିକ ଅସୁସ୍ଥତା ଓ ବାର୍ଦ୍ଧକ୍ୟ ପାଇଁ ଅନିଚ୍ଛା ସତ୍ତ୍ବେ ଦଳ ହିତରେ ଢେଙ୍କାନାଳ ଲୋକସଭା ଆସନରୁ ନିର୍ବାଚିତ ଲଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି।

Subscribe to our newsletter
Sign up here to get the latest news, updates and special offers delivered directly to your inbox.
You can unsubscribe at any time
Leave A Reply

Your email address will not be published.