Webportal

ଅପ୍ରେଲ ପହିଲା ଯାଏଁ ଅନୁଗୁଳ ଜିଲ୍ଲାର ସମସ୍ତ ଧାର୍ମିକସ୍ଥଳ କୁ ସର୍ବସାଧାରଣ ପ୍ରବେଶ ମନା

0 581

କରୋନା ସଂକ୍ରମଣରୁ ଅନୁଗୁଳ ଜିଲ୍ଲାବାସୀ ତଥା ଜିଲ୍ଲା ବାହାରୁ ଆସୁଥିବା ଲୋକଙ୍କୁ ରକ୍ଷା କରିବା ପାଇଁ ପ୍ରତିଷେଧ ମୂଳକ ପଦ଼କ୍ଷେପ ସ୍ୱରୂପ ଆସନ୍ତା କାଲି ୨୦ ତାରିଖରୁ ଅପ୍ରେଲ ୧ ତାରିଖ ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲାର ସମସ୍ତ ଧାର୍ମିକ ସ୍ଥଳ ଯଥା ମନ୍ଦିର, ମସଜିଦ, ଗୀର୍ଜାଘର ଆଦି ଜନତାଙ୍କ ପାଇଁ ବନ୍ଦ ରହିବ। କେବଳ ରୀତି ଅନୁସାରେ ଦୈନନ୍ଦିନ ପୂଜା ଅର୍ଚ୍ଚନା ଆଦି ସେଠାକାର ପୂଜକ ମାନଙ୍କ ଦ୍ଵାରା କରାଯିବ।ଏହି ଆଦେଶ ଆଜି ଅନୁଗୁଳ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ଦେଇଛନ୍ତି।ଏହା ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଜିଲ୍ଲାରେ ଧାରା ୧୪୪ ଲାଗି ବଳବତ୍ତର ରହିଛି।

Leave A Reply

Your email address will not be published.