Webportal

ଅନୁଗୁଳ ଜିଲ୍ଲାରେ ସୋସିଆର ମିଡିଆରେ କରୋନା ସମ୍ପର୍କୀୟ ମିଛ ଖବର ଦେଇ ଯୁବକ ଗିରଫ

0 632

ମହଙ୍ଗା ପଡ଼ିଲା ସୋସିଆଲ ମିଡିଆରେ କରୋନା ଗୁଜବ । ମିଛ ଖବର ଭାଇରାଲ କରିବା ଅଭିଯୋଗରେ ବନ୍ଧା ହେଲେ ଅନୁଗୁଳ ଜିଲ୍ଲା ତାଳଚେରର ଜଣେ ଯୁବକ । ସୂଚନା ଅନୁସାରେ ତାଳଚେର ବଡ ସିଙ୍ଗଡା ଗ୍ରାମର ଜୟ କ୍ରିଷ୍ଣ ସାହୁ ( ରିଙ୍କୁ) ନାମକ ଜଣେ ଯୁବକ ତାଙ୍କ ଫେସବୁକ ଆକାଉଣ୍ଟରେ ଅନୁଗୋଳ ଜିଲ୍ଲାର ନୂଆଁହତା ଗାଁର ଜଣେ ଯୁବକ କରୋନା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ଲେଖିଥିଲେ । ଏହାକୁ ନେଇ ଉତ୍ତର – କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ତାଙ୍କୁ ସଠିକ ତଥ୍ୟ ଦେବାକୁ କହିଥିଲେ । ହେଲେ ଜୟ କ୍ରିଷ୍ଣ ସାହୁ ( ରିଙ୍କୁ) ଏ ନେଇ କୌଣସି ସଠିକ ତଥ୍ୟ ଦେଇ ପାରି ନଥିବା ବେଳେ ପୋଲିସ ତଦନ୍ତ କରି ଘଟଣାର କୌଣସି ସତ୍ୟତା ନଥିବା ଜାଣିବାକୁ ପାଇ ଥିଲା । ଏହା ପରେ କୋରୋନାକୁ ନେଇ ମିଛ ଗୁଜବ ପ୍ରଚାର କରୁଥିବା ଅଭିଯୋଗରେ ପୋଲିସ ଜୟ କ୍ରିଷ୍ଣା ସାହୁକୁ ତାଙ୍କ ଘରୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

Subscribe to our newsletter
Sign up here to get the latest news, updates and special offers delivered directly to your inbox.
You can unsubscribe at any time
Leave A Reply

Your email address will not be published.