Webportal

ଅନୁଗୁଳରେ ଭୟାବହ ଅଗ୍ନିକାଣ୍ଡରେ ପାଉଁଶ ହୋଇଗଲେ ଦୋକାନ ଗୃହ

ଗ୍ୟାସ ସିଲିଣ୍ଡର ଫାଟିଥିବା ସନ୍ଦେହ

0 256

ଅନୁଗୁଳ ସହର ମଝିରେ ଥିବା ପୌରପାଳିକା ଡେଲି ମାର୍କେଟ ରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ଦୋକାନ ଗୃହ ଜଳି ପାଉଁଶ ହୋଇଗଲା। ତିନୋଟି ଦମକଳ ବାହିନୀ ଗାଡ଼ି ନିଆଁ କୁ ଆୟତ କରିବା ପାଇଁ ଚେଷ୍ଟା ଚଳାଇଥିବା ଜଣା ପଡ଼ିଛି। ଡେଲି ମାର୍କେଟ ର କିଛି ଦୋକାନ ଗୃହ ଭିତରେ ଲୋକେ ରହୁଥିବା ଓ ନୀତିଦିନ ରୋଷେଇ କରୁଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ କାହାରି ଜଣକ ଗ୍ୟାସ ସିଲିଣ୍ଡର ରୋଷେଇ କରୁଥିବା ସମୟରେ ଫାଟି ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି। ଏପରି ଭୟାବହ ଘଟଣାର ସତ୍ୟାସତ୍ୟ ଜାଣିବା ମୁସ୍କିଲ ଓ ଅସମ୍ଭବ ବୋଲି ଜଣାପଡ଼ୁଛି।

Leave A Reply

Your email address will not be published.