Webportal

ହଟିବ କୋଇଲା ଖଣି ଆନ୍ଦୋଳନ, ଟଳିବ ବିଦ୍ୟୁତ ଶକ୍ତି ସଙ୍କଟ

0 306

ଆଜି ଅନୁଗୁଳ ଜିଲ୍ଲା ପ୍ରଶାସନ ଓ ଆନ୍ଦୋଳନ କାରୀଙ୍କ ମଧ୍ୟରେ ଆଲୋଚନା ହୋଇ ତାଳଚେର ଏମସିଏଲ ଭରତପୁର କୋଇଲା ଖଣି ଅଘଟଣ ପାଇଁ ଚାରି ଜଣ ମୃତ୍ୟୁ ବରଣ କରିବା ପରେ ଚାଲିଥିବା ଖଣିବନ୍ଦ ଆନ୍ଦୋଳନ ପ୍ରତ୍ୟାହାର କରିବା ନିଷ୍ପତ୍ତି ନିଆଯାଇଛି।ନିଷ୍ପତ୍ତି ଅନୁଯାୟୀ ମୃତକ ଙ୍କ ପରିବାର କୁ ତିରିଶ ଲକ୍ଷ ଟଙ୍କା କ୍ଷତିପୂରଣ ଓ ପରିବାର ରୁ ଜଣଙ୍କୁ ଚାକିରୀ ଦିଆଯିବ।ପ୍ରକାଶଯୋଗ୍ୟ ଯେ ଉକ୍ତ ଆନ୍ଦୋଳନ ଯୋଗୁଁ ହଜାର ହଜାର ଲୋକ ମାନଙ୍କ ଜୀବିକା ନିର୍ବାହ ବାଧାପ୍ରାପ୍ତ ହୋଇଥିବା ବେଳେ କୋଇଲା ଯୋଗାଣ ସଙ୍କଟ ପାଇଁ ଏନଟିପିସି ରୁ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଛି ଯାହା ଫଳରେ ସତର ଟି ରାଜ୍ୟ ଅନ୍ଧାରରେ ରହିବା ଆଶଙ୍କା ସୃଷ୍ଟି ହୋଇଥିଲା।

Leave A Reply

Your email address will not be published.