Webportal

ସଦା ଅଘଟଣ ଆଶଙ୍କାରେ ତାଳଚେର ବାସିନ୍ଦାଙ୍କ ଜୀବନ, ଫୁଣି ମାଟି ଧସି ପଚାଶ ଫୁଟ ତଳକୁ ଖସିଲା କୂଅ

0 180

ଅନୁଗୁଳ ଜିଲ୍ଲାର ତାଳଚେର ସହର ମ୍ୟୁନିସିପାଳିଟି ର ତେର ନମ୍ବର ୱାର୍ଡ ର ବାବୁଲାଲ କଲୋନୀରେ ରହୁଥିବା ଅବତାର ସିଂହଙ୍କ ଘର ପଛରେ ଥିବା ଏକ ନିତ୍ୟ ବ୍ୟବହୃତ କୂଅ ହଠାତ ମଙ୍ଗଳବାର ରାତ୍ରି ପ୍ରାୟ ନଅ ଟା ସମୟରେ ଭୀଷଣ ଶବ୍ଦ ସହ ପ୍ରାୟ ପଚାଶ ଫୁଟ ଗଭୀରକୁ ଧସିଗଲା।ଉକ୍ତ ଅଞ୍ଚଳ ତଳେ ଦେଉଳବେଡା ଭୂତଳ କୋଇଲା ଖଣିଥିବାରୁ ଏମସିଏଲ ପକ୍ଷରୁ ବାଲି ପୂରଣ ରେ ଅବହେଳା ଯୋଗୁଁ ଅଞ୍ଚଳଟି ଫମ୍ପା ସନ୍ଦେହ ଓ ଘର ଭୁଶୁଡ଼ି ଅଘଟଣ ଆଶଙ୍କାରେ ସ୍ଥାନୀୟ ବାସିନ୍ଦା ମାନଙ୍କ ନିଦ ହଜିଯାଇଛି।ଖଣି କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି କିନ୍ତୁ ଏହାଦ୍ବାରା ଆଶ୍ୱାସନା ଛଡା ଆଉ କିଛି ହେବାର ସମ୍ଭାବନା ନାହିଁ।

Leave A Reply

Your email address will not be published.