Webportal

ଧରାପଡିଲେ ଡକାୟତ ଦଳ

0 3,236

ଅନୁଗୁଳ ପୋଲିସ ଏସଆଇ ଲେଙ୍କାଙ୍କ ନେତୃତ୍ୱରେ ଗତ ବିଳମ୍ବିତ ରାତି ପ୍ରାୟ ଗୋଟାଏ ସମୟରେ ପେଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ସହରର ହାଟପଡା ଠାରେ କିଛି ଅପରାଧି ବସିଥିବାର ଖବର ପାଇ ଚଢ଼ାଉ କରି ଚାରିଜଣ ଅପରାଧି ଅନୁଗୁଳ ଥାନା ଅଂଚଳ ଜରାଶିଙ୍ଗାର ସାଗର ସାହୁ, ଅଙ୍ଗାରବନ୍ଧ ର ସୁବ୍ରତ କଟାର, ବିହାରର ବାଙ୍କା ଓ ବକା ଥାନା ଅଞ୍ଚଳର ପଞ୍ଚାନନ ଶର୍ମା ଏବଂ ମଣ୍ଡଳ କୁ ଗିରଫ କରିଥିଲେ।ଜଣେ ଅପରାଧି ଖସିଯିବାରେ ସକ୍ଷମ ହୋଇଛି।ସେମାନଙ୍କ ଠାରୁ ପିସ୍ତଲ, ଛୁରୀ ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରାଯାଇଛି।ଏହି ସନ୍ଦର୍ଭରେ ଅନୁଗୁଳ ଥାନାରେ ଏକ କେଶ ବିଭିନ୍ନ ଦଫାରେ ରୁଜୁ କରାଯାଇ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।ଜେରା ସମୟରେ ଅପରାଧି ମାନେ ଗତ କୋଡିଏ ତାରିଖ ସନ୍ଧ୍ୟାରେ ନିମେଇ ସାହୁଙ୍କ ଘର ଲୋକଙ୍କୁ ଡରେଇ ଡକାୟତି କରିଥିବା ସ୍ୱୀକାର କରିଛନ୍ତି ଓ ସେମାନଙ୍କ ଠାରୁ ଲୁଟ କରିଥିବା ଦୁଇଟି କାନ ସୁନା ଫୁଲ, ଗୋଟିଏ ସୁନା ମାଳ ଏବଂ ଗୋଟିଏ ମୋବାଇଲ ଫୋନ ଉଦ୍ଧାର କରାଯାଇଛି।ଏହି ଡକାୟତି ବିଷୟରେ ଅନୁଗୁଳ ଥାନାରେ ଏତଲା ମଧ୍ୟ ଦିଆଯାଇଛି।

Leave A Reply

Your email address will not be published.