Webportal

ରହସ୍ୟ ଭିତରକୁ ଚାଲିଯାଉଛି ଅନୁଗୁଳ ଜିଲ୍ଲାପାଳଙ୍କ ଏଚଡିଏଫସି ବ୍ୟାଙ୍କରୁ ଟଙ୍କା ଗାୟବ ହେବାର କାରଣ

0 466

ଅନୁଗୁଳରେ ଘରୋଇ ବ୍ୟାଙ୍କ ଏଚଡିଏଫସି ରେ ଥିବା ଜିଲ୍ଲାପାଳଙ୍କ ଖାତାରୁ ଜାଲ ଉପାୟରେ ଟଙ୍କା ଗାୟବ ହୋଇ ପରେ ଫେରିବା ଓ ଆରକ୍ଷୀ ଅଧୀକ୍ଷକଙ୍କ ଅନୁଯାୟୀ ଏହି ମାମଲାରେ ଦୋଷୀ ପାଇ ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକ ଶକ୍ତି ବେଦାନ୍ତ ଦାସଙ୍କୁ ଗିରଫ କରିବା ପରେ ଘଟଣାରେ ଦିନକୁଦିନ ନୂଆ ନୂଆ ଖୁଲାସା ହେବାରେ ଲାଗିଛି।ଲଗାତାର ଦୁଇ ଦୁଇ ଥର ପୋଲିସ ଦ୍ୱାରା କେଶ ଡାଇରୀ ଦାଖଲ ନ କରିବା ଯୋଗୁଁ ତାଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି।ଏହା ପରେ ମୁହଁ ଖୋଲିଛନ୍ତି ଶକ୍ତିଙ୍କ ବାପା ତଥା ପିପିଲିର ପୂର୍ବତନ ବିଧାୟକ ବିପିନ ଦାସ।ତାଙ୍କର କହିବା ହେଲା ବ୍ୟାଙ୍କର ରାଜ୍ୟ ମୁଖ୍ୟ ଶ୍ରୀ ପ୍ରମୋତେଶ ପଟନାୟକ ତାଙ୍କ ପୁଅ ଉକ୍ତ ବ୍ୟାଙ୍କରୁ ଚାକିରୀ ଛାଡି ଅନ୍ୟ ବ୍ୟାଙ୍କରେ ଯୋଗ ଦେଇଥିବାରୁ ରାଗ ରଖି ତାଙ୍କୁ ଫସେଇଛନ୍ତି ଯାହା ଟିକିଏ ହଜମ କରିବା କଷ୍ଟ।ତାଙ୍କର ଦ୍ଵିତୀୟ ଆରୋପ ହେଲା ଶକ୍ତିଙ୍କ ଅଜାଣତରେ ତତ୍କାଳୀନ ଜିଲ୍ଲାପାଳ ଶ୍ରୀ ଅନିଲ ସାମଲ ଜିଲ୍ଲା କାର୍ଯ୍ୟାଳୟ ଓ ବ୍ୟାଙ୍କର କିଛି ଅସାଧୁ କର୍ମଚାରୀଙ୍କ ସହିତ ମିଶି ଏପରି କାର୍ଯ୍ୟ କରିଛନ୍ତି ଓ ଜଣାପଡିବା ପରେ ବ୍ୟାଙ୍କର ରାଜ୍ୟ ମୁଖ୍ୟଙ୍କ ସହ ମିଶି ତାଙ୍କ ପୁଅକୁ ଫସେଇଛନ୍ତି ଯାହା ତଦନ୍ତ ସାପେକ୍ଷ।ତୃତୀୟ ଅଭିଯୋଗ ହେଲା ଆରକ୍ଷୀ ଅଧୀକ୍ଷକ ଅନ୍ୟ ପୋଲିସ ଅଫିସରଙ୍କ ନିଷ୍ପତ୍ତି ବିପରୀତ ଟଙ୍କା ଖାଇ ତାଙ୍କ ପୁଅକୁ ଜବରଦସ୍ତ କାରାଗାରକୁ ପଠେଇଛନ୍ତି ଯାହା ସମ୍ପୂର୍ଣ୍ଣ ମାତ୍ରାରେ ଗ୍ରହଣୀୟ ନୁହେଁ।ତାଙ୍କର ଚଥୁର୍ଥ ଅଭିଯୋଗ ହେଲା ବର୍ତ୍ତମାନର ଜିଲ୍ଲାପାଳ ଲାଞ୍ଚ ନେଇଥିବାରୁ ଖାତାକୁ ଟଙ୍କା ଫେରି ଆସିଥିଲେ ମଧ୍ୟ କେଶ ଉଠାଇ ନାହାନ୍ତି, ଏହା ମଧ୍ୟ ଅଯୌକ୍ତିକ କାରଣ ପ୍ରକୃତ ଦୋଷୀଙ୍କୁ ଧରିବାକୁ ହେଲେ କେଶର ଆବଶ୍ୟକତା ରହିଛି।ହୁଏତ ବାପା ହିସାବରେ ସେ ଭାବବିହ୍ଵଳ ହୋଇ ଏପରି କହିଥାଇ ପାରନ୍ତି ଓ ତାଙ୍କ ପୁଅ ନିର୍ଦୋଷ ଥିବା କଥାକୁ ମଧ୍ୟ ଏଡ଼ାଇ ଦିଆ ଯାଇ ନ ପାରେ।ପ୍ରକୃତ ଘଟଣା ସମସ୍ତ ପ୍ରକାର ତଦନ୍ତ ଓ ବିଚାର ସରିବା ପରେ ସାମନାକୁ ଆସିବାର ଆଶା କରାଯାଉଛି।

Leave A Reply

Your email address will not be published.