Webportal

ଢେଙ୍କାନାଳ ସାଂସଦଙ୍କ ଆନ୍ଦୋଳନ ଚେତାବନୀ, କାରଣ ଖରାପ ରାଜରାସ୍ତା ଏବଂ ନାଲକୋ ପାରିପାର୍ଶ୍ବିକ ଗ୍ରାମ ରାସ୍ତା

0 343

ଆଜି ଅନୁଗୁଳରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ଜାତୀୟ ରାଜପଥ ୫୫ ର ସମ୍ପ୍ରସାରଣ କାମରେ ଠିକାଦାରଙ୍କ ବିଳମ୍ବ ଯୋଗୁଁ ଖରାପ ରାସ୍ତାରେ ଟ୍ରାଫିକ ଓ ଦୁର୍ଘଟଣାରେ ପ୍ରାଣ ହାନି ସମସ୍ୟା ନିତିଦିନିଆ ହେଇଯାଇ ଥିବାରୁ ଚିନ୍ତାବ୍ୟକ୍ତ କରିଥିଲେ।ତା ସହିତ ନବରତ୍ନ କମ୍ପାନୀ ନାଲକୋ ର ଉଭୟ ସିପିପି ଏବଂ ସ୍ମେଲଟର ପ୍ଲାଣ୍ଟର ପାରିପାର୍ଶ୍ବିକ ଗ୍ରାମଗୁଡିକୁ ସଂଯୋଗ କରୁଥିବା ରାସ୍ତା ଗୁଡ଼ିକର ଅବସ୍ଥା ମଧ୍ୟ ନାଲକୋ ଦୃଷ୍ଟି ନ ଦେଉଥିବାରୁ ଶୋଚନୀୟ ହେଇଥିବା କଥା କହି ଚିନ୍ତା ବ୍ୟକ୍ତ କରିଥିଲେ।ଏହି ଅବସରରେ ବିଜେଡି ସାଂସଦ କେନ୍ଦ୍ରର ବିଜେପି ସରକାରଙ୍କ କିଛି କାମର ପ୍ରଶଂସା କରିବା ସହ ଜାତୀୟ ରାଜପଥ ସମ୍ଭଧିୟ ଦାବୀର ଆଲୋଚନା କେନ୍ଦ୍ରୀୟ ସଡକ ଓ ପରିବହନ ମନ୍ତ୍ରୀଙ୍କ ଦ୍ୱାରା ସକାରାତ୍ମକ ଭାବରେ କରାଯାଇଥିବା କହିଥିଲେ।କେନ୍ଦ୍ର ବିଭାଗୀୟ ମନ୍ତ୍ରୀଙ୍କ କହିବା ସତ୍ୱେ ଠିକା ସଂସ୍ଥା ସମୟରେ ରାଜପଥ କାମ ନ କରୁଥିବା ଓ ପୁରୁଣା ପ୍ଲାଣ୍ଟ ହୋଇ ମଧ୍ୟ ନାଲକୋ ପାରିପାର୍ଶ୍ବିକ ଗ୍ରାମ ଗୁଡିକର ରାସ୍ତା ମାନଙ୍କର ଉନ୍ନତି ନ କରୁଥିବା କୁ ନେଇ ସାଂସଦ କ୍ଷୋଭ ପ୍ରକାଶ କରିଥିଲେ ଓ ଏହା ସହିତ ଉପରୋକ୍ତ ଦୁଇଟି ସମସ୍ୟାର ଯଥାଶୀଘ୍ର ସମାଧାନ ନ ହେଲେ ଜଣ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଥିଲେ।କିନ୍ତୁ ପ୍ରଶ୍ନ ଉଠୁଛି କି ସ୍ଥାନୀୟ ସାଂସଦ ଭାବେ ଶ୍ରୀ ମହେଶ ସାହୁ ରାଜପଥ ଠିକା ସଂସ୍ଥା ଓ ନାଲକୋ ର ବରିଷ୍ଠ ଅଧିକାରୀ ମାନଙ୍କୁ ଡାକି ଆଲୋଚନା ନ କରି ସିଧା ଆନ୍ଦୋଳନ କଥା କାହିଁକି କହିଲେ।ଆଲୋଚନା ଏବଂ ଆନ୍ଦୋଳନ ଉଭୟ ସ୍ଥିତିରେ ଉଦେଶ୍ୟ ଗୋଟିଏ।କିନ୍ତୁ ବୋଧହୁଏ ଏହା ତାଙ୍କର ରାଜନୈତିକ ବାଧ୍ୟବଧକତା ଯେଉଁଥିରେ ଭୋଟର ମାନେ ସିଧାସଳଖ ଭାବେ ସାଂସଦଙ୍କ ଚେଷ୍ଟା ବିଷୟରେ ଜାଣିପାରିବେ ଯାହାକି କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ଯଦି ସମାଧାନ ହେଇଥାନ୍ତା ବୋଧ ହୁଏ ପୁର୍ଣ ମାତ୍ରାରେ ଜାଣି ପାରି ନ ଥାନ୍ତେ।

Leave A Reply

Your email address will not be published.