Webportal

ଚଳିତ ଋତୁର ପହିଲି ଶୀତ ସ୍ପର୍ଶ କଲା ଅନୁଗୁଳକୁ

0 358

ଚଳିତ ଋତୁର ଶୀତର ପ୍ରଥମ ସ୍ପର୍ଶ ଆଜି ଅନୁଗୁଳକୁ ମିଳିଛି। ଗତ ରାତିରୁ ଶିତଦିନିଆ ଥଣ୍ଡାର ଅନୁଭବ ସ୍ପଷ୍ଟ ବାରି ହେଉଥିଲା,ଯାହା ଆଜି ସକାଳୁ ଟିକିଏ କମ ହୋଇଯାଇଥିଲେ ମଧ୍ୟ ଦ୍ବୀପହର ହେଉ ହେଉ ସୁଲୁସୁଲିିଆ ପବନ ଥଣ୍ଡାର ମାତ୍ରା ବଢ଼ାଇ ଶୀତଋତୁ ଆଗମନର ସ୍ପଷ୍ଟ ସଂକେତ ଦେଇଛି। ଏହା ସହିତ ଲୋକମାନେ ନିଜର ଘରେ ଓ ବାହାରେ ବ୍ୟବହାର ଉପଯୋଗୀ ଶୀତବସ୍ତ୍ର ବାହାର କରିବା ଆରମ୍ଭ କରିଛନ୍ତି। ଶୀତଋତୁର ଆଗମନ ସହ ବଢିଯିବ ସକାଳୁ ବ୍ୟାୟାମ କରୁଥିବା ଲୋକଙ୍କ ସଂଖ୍ୟା।ଆହୁରି ମଧ୍ୟ ସହରରେ ସକାଳିଆ ଚାହା ଖଟି ଜୋରସୋରରେ ଜମିବାର ଦେଖିବାକୁ ମିଳିବ।ଗୁରୁତ୍ବପୂର୍ଣ୍ଣ ହେଲା ଘରୁ ବାହାରିବା ସମୟରେ ସ୍ୱାସ୍ଥ୍ୟର ହିତରେ ଶୀତବସ୍ତ୍ର ନେଇ ବାହାରିବା ଜରୁରୀ।

Leave A Reply

Your email address will not be published.