Webportal

ଅନୁଗୁଳ ଷ୍ଟାଡିୟମରେ ଆର୍ଟ ଅଫ୍ ଗିଭିଂ ପକ୍ଷରୁ ୧୩ତମ ଆନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଂ ଦିବସ ଉପଲକ୍ଷେ ବନ୍ଧୁତ୍ୱପୂର୍ଣ୍ଣ ଭଲିବଲ ମ୍ୟାଚ୍ ଆୟୋଜିତ

0 41

ଆର୍ଟ ଅଫ୍ ଗିଭିଂ (Art of Giving) ଦିବସ ପ୍ରତିବର୍ଷ ମେ ୧୭ ତାରିଖରେ ବିଶ୍ୱବ୍ୟାପୀ ପାଳନ କରାଯାଏ । ଏହା ଶିକ୍ଷାବିତ୍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ୨୦୧୩ ମସିହା ମେ ୧୭ ତାରିଖରେ ଆରମ୍ଭ ହୋଇଥିଲା । ଏହି ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ସମାଜରେ ପରସ୍ପରକୁ ସାହାଯ୍ୟ, ସହଯୋଗ, ଶାନ୍ତି ଓ ମାନବିକ ମୂଲ୍ୟବୋଧର ସନ୍ଦେଶ ପ୍ରସାର କରିବା । ସ୍ୱେଚ୍ଛାସେବୀ କାର୍ଯ୍ୟ ମାଧ୍ୟମରେ ଲୋକମାନଙ୍କ ମୁହଁରେ ହସ ଫୁଟାଇବା ହିଁ ଏହାର ପ୍ରମୁଖ ଲକ୍ଷ୍ୟ ।ଏହି ଅବସରରେ ଶୁକ୍ରବାର ଦିନ ଅନୁଗୁଳ ଷ୍ଟାଡିୟମରେ ଆର୍ଟ ଅଫ୍ ଗିଭିଂ ପକ୍ଷରୁ ୧୩ତମ ଆନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଂ ଦିବସ ଉପଲକ୍ଷେ ଏକ ବନ୍ଧୁତ୍ୱପୂର୍ଣ୍ଣ ଭଲିବଲ ମ୍ୟାଚ୍ ଆୟୋଜିତ ହୋଇଥିଲା । ଅନୁଗୁଳ ପୋଲିସ ଟିମ୍ ଓ ଭଲିବଲ ହୋମ୍ ମଧ୍ୟରେ ଏହି ଖେଳ ଅନୁଷ୍ଠିତ ହୋଇଥିଲା । ମ୍ୟାଚ୍ ପାଇଁ ଆର୍ଟ ଅଫ୍ ଗିଭିଂ ପକ୍ଷରୁ ଭଲିବଲ ଉପକରଣ ଯୋଗାଇ ଦିଆଯାଇଥିଲା ।
ଭଲିବଲ ଖେଳର ପ୍ରଚାର ପ୍ରସାର ପାଇଁ କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୟାସକୁ ସମସ୍ତେ ପ୍ରଶଂସା କରିଥିଲେ । କଳିଙ୍ଗ ଟିଭିର ସିନିୟର ରିପୋର୍ଟର ମାନସ ମିଶ୍ର ଉପସ୍ଥିତ ରହି ଆର୍ଟ ଅଫ୍ ଗିଭିଂର ଉଦ୍ଦେଶ୍ୟ ଓ ସମାଜ ପ୍ରତି ଏହାର ଅବଦାନ ବିଷୟରେ ଆଲୋଚନା କରିଥିଲେ ।ସେହିପରି ଭଲିବଲ ହୋମ୍ ଅନୁଷ୍ଠାନର ପ୍ରତିଷ୍ଠାତା ବସନ୍ତ ଦାସ ଉପସ୍ଥିତ ରହି ଅଚ୍ୟୁତ ସାମନ୍ତଙ୍କ ପ୍ରଚେଷ୍ଟା ପ୍ରତି କୃତଜ୍ଞତା ଜଣାଇଥିଲେ । କାର୍ଯ୍ୟକ୍ରମରେ ଅନୁଗୁଳର ବରିଷ୍ଠ ଓ ଯୁବ ସାମ୍ବାଦିକଙ୍କ ସହିତ କଳିଙ୍ଗ ଟିଭିର ଭିଡିଓଗ୍ରାଫର ଶୁଭ୍ରଜିତ ସ୍ୱାଇଁ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.