Webportal

ଅଖିଳେଶଙ୍କ ଅପରିପକ୍ଵ ନିଷ୍ପତ୍ତି ପାଇଁ ଆଜି ଦଳ ଦୁର୍ବଳ: ଶିବପାଲ୍ ଯାଦବ

0 127

ଶିବପାଲ୍ ଯାଦବ ପୁଣି ନିଜ ପୁତୁରା ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଙ୍କୁ ସମାଲୋଚନା କରିଛନ୍ତି। ଅଖିଳେଶ ଙ୍କ ଅପରିପକ୍ଵ ନିଷ୍ପତି ପାଇଁ ଆଜି ଦଳ ଦୁର୍ବଳ ହୋଇଯାଇଛି ବୋଲି ସେ କହିଛନ୍ତି। ଶିବପାଲ୍ ଏହି ମନ୍ତବ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଡାକିଥିବା ଏକ ରାତ୍ରି ଭୋଜନ କାର୍ଯ୍ୟକ୍ରମ ରେ ଯୋଗଦେବା ପରେ ଦେଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ରାତ୍ରି ଭୋଜନ ରାଷ୍ଟ୍ରପତି ନିର୍ବାଚନ ସମ୍ବନ୍ଧ ରେ ଆଲୋଚନା କରିବାକୁ ଡାକିଥିଲେ। ଶିବପାଲ୍ କହିଛନ୍ତି ” ମତେ ମୁଖ୍ୟମନ୍ତ୍ରୀ ଡାକିଥିଲେ, ତେଣୁ ମୁଁ ସେଠାକୁ ଗଲି। ଆମେ ଦ୍ରୌପଦୀ ମୁର୍ମୁ ଙ୍କୁ ଭେଟିଛୁ ଓ ତାଙ୍କୁ ଭୋଟ ଦେବୁ”। ସେପଟେ ଅଖିଳେସ ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନା ଙ୍କୁ ଭୋଟ ଦେବାକୁ କହିଥିବା ବେଳେ ଏହାକୁ ଶିବପାଲ୍ ତାଙ୍କର ଅପରିପକ୍ଵ ନିଷ୍ପତି ବୋଲି କହିଛନ୍ତି।

ଯଦି ସେ ଆମ ପରାମର୍ଶ ଗ୍ରହଣ କରିଥାନ୍ତି ତେବେ ଦଳ ଆଜି ଭଲ ସ୍ଥିତି ରେ ଥାନ୍ତା ବୋଲି ସେ କହିଛନ୍ତି। ମୁଁ ସମାଜବାଦୀ ପାର୍ଟି ଚିହ୍ନ ରେ ନିର୍ବାଚନ ଜିତିଛି ସେମାନେ ଯଦି ଆବଶ୍ୟକ କରନ୍ତି ତେବେ ମତେ ବିଧାନସଭା ସଭ୍ୟ ରୁ ବହିଷ୍କାର କରି ପାରନ୍ତି ବୋଲି ମଧ୍ୟ ଶିବପାଲ କହିଛନ୍ତି।

Leave A Reply

Your email address will not be published.