Webportal

ସ୍ଥାୟୀ ନିଯୁକ୍ତି ଦାବିରେ ବସିଲେ ଏନଟିପିସି ରେଳ ଧାରଣାରେ

0 174

ସ୍ଥାୟୀ ନିଯୁକ୍ତି ଦାବିରେ ଅନଗୁଳ ଜିଲ୍ଲାର ଏନଟିପିସି ରେଳ ଧାରଣାରେ ଆନ୍ଦୋଳନ କରି ଅଭିଯୋଗ କରିଛନ୍ତି ମିଳିଲାନି ନିଯୁକ୍ତି ଓ ଶୁଣିଲେନି କମ୍ପାନୀ କର୍ତ୍ତୃପକ୍ଷ ଏନଟିପିସି ଦ୍ୱାରା ଜମି ହରାଇଥିବା ବାରଟି ପରିବାର। ଦୀର୍ଘ କୋଡିଏ ବର୍ଷରୁ ଉର୍ଦ୍ଧ ନିଯୁକ୍ତି ପାଇ ଦାବୀ କରିଥିଲେ ମଧ୍ୟ ଶୁଣୁନାହିଁ ଏନଟିପିସି କର୍ତ୍ତୃପକ୍ଷ,ଯାହାକୁ ନେଇ ଉକ୍ତ କ୍ଷତିଗ୍ରସ୍ତ ବାରଟି ପରିବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପ୍ରଶାସନର କଥାକୁ ଶୁଣୁ ନାହାନ୍ତି ଏନଟିପିସି କର୍ତ୍ତୃପକ୍ଷ। ଶେଷରେ ଉପାୟଶୂନ୍ୟ ହୋଇ ଏନଟିପିସି ରେଳ ଧାରଣାର ଆମ୍ବପାଳ ଲେଭେଲ କ୍ରସିଂ ଠାରେ ଆନ୍ଦୋଳନରେ ବସିଛନ୍ତି ବାରଟି ପରିବାର। ସେମାନଙ୍କ କହିବା ହେଲା ସ୍ଥାୟୀ ନିଯୁକ୍ତି ଓ ଥଇଥାନ ଦେବ କହି ଜମି ନେଲା ଏନଟିପିସି ଏବଂ ଏବେ ନିଜ କଥାରୁ ଓହରି ଜମିହରା ପରିବାରଙ୍କ କଥା ଶୁଣୁନାହାନ୍ତି ଏନଟିପିସି କର୍ତ୍ତୃପକ୍ଷ। ସବୁ ଜମିନେଲା ପରେ ଏବେ କଣ କରିବୁ ବୋଲି ବାରଟି ପରିବାର କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି।H

Leave A Reply

Your email address will not be published.