Webportal

ସାଥୀର ଜୀବନ ସାହସର ସହ ବଞ୍ଚେଇଥିବାରୁ ସଂନ୍ମାନିତ ହେଲା କୁନି ଝିଅ

0 203

ବିଜୁ ପଟ୍ଟନାୟକ ସାହାସିକତା ପୁରସ୍କାର ପାଇଲେ ଅନୁଗୁଳ ଜିଲ୍ଲାର କୁନି ଝିଅ ଶ୍ରୀମତୀ ବଦ୍ରା ଯାହାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରୁ ମିଳିଲା ବିଜୁ ପଟ୍ଟନାୟକ ସାହାସିକତା ପୁରସ୍କାର ସ୍ୱରୂପ ଏକ ଲକ୍ଷ ଟଙ୍କାର ଅର୍ଥରାଶି , ଗୋଟିଏ ରୋପ୍ୟ ପଦକ ଏବଂ ମାନପାତ୍ର । ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଘଣ୍ଟପଡ଼ା ବିଦ୍ୟାଳୟର ଚତ୍ରୁର୍ଥ ଶ୍ରେଣୀ ଛାତ୍ରୀ ଶ୍ରୀମତୀ ବଦ୍ରା ଓ ତାଙ୍କ ସାଙ୍ଗ ପ୍ରମିଳା ମୁଣ୍ଡା( ଷଷ୍ଠ ଶ୍ରେଣୀର ଛାତ୍ରୀ ) ୨୦୧୮ ନଭେମ୍ବର ୨୭ତାରିଖ ଦିନ ସ୍କୁଲ ଛୁଟି ହେଲା ପରେ ଘରକୁ ଫେରୁଥିବା ସମୟରେ ଖଣି ଅଞ୍ଚଳକୁ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନ ଧକ୍କା ଦେବାରୁ ପ୍ରମିଳା ମୁଣ୍ଡା ଟ୍ରେନ ଚକ ତଳେ ପଡିଯିବା ଫଳରେ ତାଙ୍କର ଡାହାଣ ଗୋଡ଼ ଟି କଟିଯାଇ ଥିଲା । ସେହି ସମୟରେ ସାଙ୍ଗ ଶ୍ରୀମତୀ ବଦ୍ରା ଟ୍ରେନ ଚକ ତଳୁ ତାଙ୍କୁ ଟାଣି ଆଣି ନିଜ କାନ୍ଧରେ ଘର ପର୍ଯ୍ୟନ୍ତ ନେଇ ଯାଇଥିଲେ । ପ୍ରମିଳାର ଗୋଟିଏ ଗୋଡ଼ କଟି ଯାଇଥିଲେ ମଧ୍ୟ ଶ୍ରୀମତୀ ବଦ୍ରା ପାଇଁ ତାଙ୍କର ଜୀବନ ବଞ୍ଚିଥିଲା ଯେଉଁଠି ପାଇଁ ତାଙ୍କୁ ସଂନ୍ମାନିତ କରାଗଲା।

Leave A Reply

Your email address will not be published.