Webportal

ଶଙ୍ଖ ଧରି ପୁରସ୍କୃତ ହେଲେ ଲୁଲୁ ବାବୁ, ନିଯୁକ୍ତ ହେଲେ ନିଗମ ଅଧ୍ୟକ୍ଷ

0 396

ଫୁଲ ଫୁଟେଇବା ପାଇଁ କଠୋର ପରିଶ୍ରମ କଲେ କିନ୍ତୁ ଫଳ ମିଳିଲା ଶଙ୍ଖ ଫୁଙ୍କିବା ପରେ।ଆପଣମାନେ ଠିକ ପଢୁଛନ୍ତି।ଆମେ ଏଠାରେ ଆଲୋଚନା କରୁଛୁ ଶ୍ରୀ ମୀନକେତନ ବା ଲୁଲୁ ଅମାନ୍ତଙ୍କ ବିଷୟରେ ଯିଏ ତାଙ୍କର ରାଜନୈତିକ ଜୀବନ ଆରମ୍ଭରୁ ବିଜେପି ସହ ଜଡିତ ହୋଇ ଦଳର ଶୂନ ସମୟରୁ ଚଳିତ ବର୍ଷ ର ନିର୍ବାଚନ ପାଇଁ ସମ୍ଭାବ୍ୟ ଦଳୀୟ ତାଲିକା ଘୋଷଣା ହେଲା ଯାଏଁ ଦଳ ପାଇଁ ତୃଣମୂଳ ସ୍ତରରେ ପରିଶ୍ରମ କରିଥିଲେ ଏବଂ ଏକାଧିକ ବାର ବିଧାୟକ ପ୍ରାର୍ଥୀ ମଧ୍ୟ ହୋଇଥିଲେ ଅନୁଗୁଳ ବିଧାନସଭା ଆସନରୁ ଯେଉଁଥିରେ ବିଜୟର ସ୍ୱାଦ ଚାଖିବାରୁ ବଞ୍ଚିତ ରହିଯାଇଥିଲେ।କିନ୍ତୁ ଠିକ ଚଳିତ ନିର୍ବାଚନ ପୂର୍ବରୁ ପୁନର୍ବାର ଦଳୀୟ ପ୍ରାର୍ଥୀ ନ କରାଯିବା କ୍ଷୋଭରେ ନିଜର ସମର୍ଥକ ମାନଙ୍କ ସହିତ ବିଜେଡି ରେ ସାମିଲ ହୋଇଥିଲେ।ଯେଉଁ ସରକାରୀ ପଦପଦବୀ ସେ ଅନେକ ବର୍ଷର ରାଜନୈତିକ ଜୀବନ ଭିତରେ ହାସଲ କରି ପାରି ନ ଥିଲେ ତାହା ସେ ମାତ୍ର ମାସ କେଇଟାରେ ପାଇବାକୁ ସକ୍ଷମ ହେଲେ।ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ରାଜ୍ୟ ଗ୍ରାମାଞ୍ଚଳ ଆବାସ ନିଗମ ବା ଓଡ଼ିଶା ରୁରାଲ ହାଉସିଂ କର୍ପୋରେସନ ର ଅଧ୍ୟକ୍ଷ ଭାବେ ନିଯୁକ୍ତି କରିଛନ୍ତି।

Leave A Reply

Your email address will not be published.