Webportal

ମହାନଦୀ ରେ ନିଖୋଜ

0 266

ମହାନଦୀ ରେ ବୁଡି ଜଣେ ନିଖୋଜ। ବାଙ୍କୀ ଥାନା ଅନ୍ତର୍ଗତ କରବର ଗ୍ରାମର କବି ବେହେରା ନାମକ ଯୁବକ ମହାନଦୀରେ ବୁଡି ନିଖୋଜ ହୋଇଥିବା ପରିବାର ପକ୍ଷରୁ ବାଙ୍କୀ ଥାନାରେ ଲିଖିତ ଅଭିଯୋଗ.ଅପର ପଟେ ଖବର ପାଇଁ ଘଟଣା ସ୍ଥଳରେ ବାଙ୍କୀ ଦମକଳ ବାହିନୀ ପହଂଚି ଉକ୍ତ ବ୍ୟକ୍ତି ଙ୍କୁ ନଦୀରୁ ଖୋଜିବା ଜାରି ରଖିଛି. ସୂଚନା ଥାଉକି ଗତ କାଲିଠାରୁ ନିକଟ ମକୁନ୍ଦ ପୁର ମହାନଦୀ ଘାଟ ତୁଠକୁ ମାଛ ମାରିବା ପାଇଁ କବି ବେହେରା ଆସି ଆଉ ଘରକୁ ଫେରି ନ ଥିଲେ।ପରେ ପରିବାର ପକ୍ଷରୁ ଖୋଜା ଖୋଜି କଲା ପରେ କୌଣସି ସନ୍ଧାନ ନପାଇ ମହାନଦୀ ବନ୍ଧ ଉପରୁ ସାଇକେଲ ମିଳିଥିଲା।ପରେ ନଦୀରେ ବୁଡି ଯାଇ ଥିବା ସନ୍ଦେହ କରି ଦମକଳ ବାହିନୀ ଓ ପୋଲିସକୁ ଖବର ଦେଇଥିଲେ। ଏବେ ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି କାଲି ରାତି ଠାରୁ ସକାଳ11ଟା ପର୍ଯ୍ୟନ୍ତ ଖୋଜା ଖୋଜି ଖୋଜି କରୁଥିଲେ ମଧ୍ୟ ପାଣିରେ ବୁଡି ନିଖୋଜ ହୋଇ ଥିବା ବ୍ୟକ୍ତିଟିର ସନ୍ଧାନ ପାଇବାରେ ସକ୍ଷମ ହୋଇ ପାରିନାହିଁ।ତଥାପି ଖୋଜା ଖୋଜି ଜାରି ରଖିଛନ୍ତି।

Leave A Reply

Your email address will not be published.