Webportal

ମର୍ମନ୍ତୁଦ ଦୁର୍ଘଟଣା

0 558

ଅନୁଗୁଳ ଜିଲ୍ଲା ନାଲକୋ ଆଦର୍ଶ ଥାନା  ଅନ୍ତର୍ଗତ ସିପିପି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ସଞ୍ଜୟ କୁମାର ଦାସ ଓ ସିଏ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ବିଡିଏ କଲୋନୀର ବାସିନ୍ଦା। ଆହତଙ୍କ ନାମ ପ୍ରମୋଦ ସାହୁ ଏବଂ ସିଏ ମଧ୍ୟ ଭୁବେନେଶ୍ୱର ର ବାସିନ୍ଦା। ସୂଚନା ମୁତାବକ ସଞ୍ଜୟ ଓ ପ୍ରମୋଦ ନାଲକୋରୁ ବଅଁରପାଳ ଅଭିମୁଖେ ଯାଉଥିବା ବେଳେ ଅପରଦିଗରୁ ଆସୁଥିବା ଟ୍ରକ ( CG 04 LB 2514 )ତାଙ୍କ ସ୍କୁଟି (OD 33 D 0768) କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତକୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଉତ୍ତ୍ୟକ୍ତ ଲୋକେ ୫୫ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ। ଦୁର୍ଘଟଣା ସ୍ଥଳରେ ନାଲକୋ ପୋଲିସ ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା ପରେ ରାସ୍ତା ଅବରୋଧ ହଟିଥିଲା।

Leave A Reply

Your email address will not be published.