Webportal

ମନ୍ଦିର ପରିସରରେ ଆମିଷ ରୋଷେଇ କରି ଗିରଫ

0 359

ଅନୁଗୁଳ ଜିଲ୍ଲା ତାଳଚେରର ପ୍ରସିଦ୍ଧ ଶୈବପୀଠ ପଶ୍ଚିମେଶ୍ୱର ମନ୍ଦିର ପରିସରରେ ପୂଜକମାନେ ଚିକେନ ରୋଷେଇ କରି ଖାଇବା ମହଙ୍ଗା ପଡ଼ିଛି। ଏହି ଅଭିଯୋଗରେ ତାଳଚେର ପୋଲିସ ୩ ଜଣ ପୂଜକଙ୍କୁ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛି। ତାଳଚେର ଥାନାରେ କେସ୍‌ ନଂ୧୧୭/୨୦ରେ ଏକ ମାମଲା ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ତାଳଚେର ବଡ଼ଦାଣ୍ଡସାହିର ମଙ୍ଗୁଳୁ ମହାପାତ୍ର, ସନ୍ତୋଷ ମହାପାତ୍ର, ଲେଙ୍କ ମହାପାତ୍ର। ଗତ ୨୮ ତାରିଖରେ ଏହି ୩ ପୂଜକ ମନ୍ଦିର ପରିସରରେ ଚିକେନ୍‌ ରୋଷେଇ କରୁଥିଲେ। କେତେକ ଯୁବକ ଏହା ଦେଖିବା ପରେ ଏହାର ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଛାଡ଼ିଥିଲେ। ଯାହାକୁ ନେଇ ଅଞ୍ଚଳବାସୀ, ଭକ୍ତ, ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପୋଲିସ ଅଭିଯୋଗ ପାଇବା ପରେ ଏକ ମକଦ୍ଦମା ରୁଜୁ କରିଥିଲା ତେବେ ସୋମବାର ଏହି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.