Webportal

ଭେଜାଲ ଖାଇବା ତେଲ କାରଖାନା ଜବତ

ତିରିଶ ହଜାର ଲିଟର ତେଲ ସହ ଜଣେ ଗିରଫ

0 309

କଟକ ଫୁଲନଖରା ଅନ୍ତର୍ଗତ ବମ୍ପକୁଦ ଅଞ୍ଚଳରେ ଚାଲିଥିଲା ନକଲି ଖାଇବା ତେଲ ତିଆରି କାରଖାନା।ତେଲର ପ୍ୟାକେଟ ଏଭଳି ତିଆରି ହୋଇଛି ଯେ ଅସଲି ଓ ନକଲି ଭିତରେ ଫରକ କରିବା ମୁସ୍କିଲ।ଏଭଳି ଭେଜାଲ ଖାଇବା ତେଲ କାରଖାନା ଉପରେ ବୁଧବାର ଚଢ଼ାଉ ହୋଇ ମୁଖ୍ୟ ଅଭିଯୁକ୍ତ କୁ କଟକ ସଦର ପୋଲିସ ଗିରଫ କରିବା ସହ ଅନ୍ୟ ଆସାମୀ ମାନଙ୍କୁ ଧରିବାକୁ ତଲାସ ଅଭିଯାନ ଆରମ୍ଭ କରିଛି। ସେଠାରୁ ପ୍ରାୟ ୩୦୦୦୦ ଲିଟର ଭେଜାଲ ଖାଇବା ତେଲ ଜବତ ହୋଇଛି ଓ ଅନୁଗୁଳ କୁ ବିକ୍ରି ପାଇଁ ଯିବାକୁ ପ୍ରସ୍ତୁତ ଥିବା ଏକ ନକଲି ତେଲ ଭର୍ତ୍ତି ଟ୍ରକକୁ ପୋଲିସ ଧରିଛି।ଏହି ତେଲ ଭର୍ତ୍ତି ଥିବା ଟିଣ ଗୁଡିକରେ ବିଭିନ୍ନ କମ୍ପାନୀ ର ଲେବଲ ଲଗାଯାଇଥିଲା।ତେଲ ବ୍ୟତୀତ ପୋଲିସ ସେଠାରୁ କିଛି ତେଲ ତିଆରି ପାତ୍ର, ଅନ୍ୟାନ୍ୟ ସରଞ୍ଜାମ, ବିଭିନ୍ନ କମ୍ପାନୀ ନାମରେ ଛପା ଯାଇଥିବା ଲେବଲ ଓ ପାଉଚ ଆଦି ଜବତ କରିଛି।

Leave A Reply

Your email address will not be published.