Webportal

ବନବିଭାଗ ର ବିଫଳତା ଯୋଗୁଁ ପୁନର୍ବାର ହାତୀ ଆକ୍ରମଣରେ ମନୁଷ୍ୟ ମୃତ

0 320

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡ଼ିଆରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ।ମୃତକ ହେଲେ ପାଣପଶି ଗାଁର ନଳିତା ମାଝୀ। ଆଜି ଭୋରରୁ ସେ ଗାଁରୁ ବିଲ ରାସ୍ତା ଦେଇ ବାଗଡ଼ିଆ ଯାଉଥିଲେ ଓ ବାଗଡ଼ିଆ ପାଖାପାଖି ହୋଇଥିବା ବେଳେ ହଠାତ ତାଙ୍କୁ ଏକ ହାତୀ ଆକ୍ରମଣ କରି ଦାନ୍ତରେ ପେଟକୁ ଭୁଷି ଦେବା ସହ ମୁହଁକୁ ପାଦରେ ମାଡି ଦେବା ଦ୍ୱାରା ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା।ବାରମ୍ବାର ହେଉଥିବା ହାତୀ ଆକ୍ରମଣର ପ୍ରତିକାର ଏବଂ କ୍ଷତିପୂରଣ ଦାବିରେ ବାଗେଡିଆ ଛେଣ୍ଡିପଦା ମୁଖ୍ୟ ରାସ୍ତାକୁ ଅବରୋଧ କରି ଆନ୍ଦୋଳନ ଆରମ୍ଭ କରିଛନ୍ତି ସ୍ଥାନୀୟ ଲୋକମାନେ।

Leave A Reply

Your email address will not be published.