Webportal

ନିଜେ ତିଆରି କରି ମାସ୍କ ଚାହିଦା ପୂରଣ କରିବା ଚେଷ୍ଟାରେ ମହିଳା ସଂଘ

0 360

କରୋନା ସଂକ୍ରମଣ ଯୋଗୁ ବଜାରରେ ମାସ୍କର ଅଭାବକୁ ଦୃଷ୍ଟିରେ ରଖି ଏହାକୁ ତିଆରି କରି ଲୋକଙ୍କୁ ଯୋଗାଇବାକୁ ଅଣ୍ଟା ଭିଡ଼ିଛନ୍ତି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାଲିପଟା ପଞ୍ଚାୟତର ନାରୀଶକ୍ତି ଉତ୍ପାଦିକା ଦଳ। ଓଡ଼ିଶା ଜୀବିକା ମିଶନ ପକ୍ଷରୁ ବ୍ୟାଙ୍କ ସହାୟତାରେ ସିଲେଇ ତାଲିମ ନେଇଥିବା ୧୭ ଜଣ ସଦସ୍ୟାଙ୍କୁ ନେଇ ଗଠିତ ଏହି ସଙ୍ଗଠନର ସଦସ୍ୟା ମାନେ ମାସ୍କ ତିଆରି କରୁଛନ୍ତି । ସେମାନେ ଅନୁଗୁଳର ବିଭିନ୍ନ ମେଡିସିନ ଷ୍ଟୋର, ଜିଲାପାଳ ଅଫିସ, ମିଶନ ଶକ୍ତି ଓ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଆଦିକୁ ମାସ୍କ ଗୋଟାକୁ ୨୦ ଟଙ୍କା ଦରରେ ବିକ୍ରି କରୁଛନ୍ତି। ପ୍ରାୟ ସପ୍ତାହେ ମଧ୍ୟରେ ସମାନେ ୨୦ହଜାରରୁ ଊର୍ଦ୍ଧ୍ବ ମାସ୍କ ବଜାରରେ ବିକ୍ରି କରିସାରିଥିବା ସଂଘର ସଭାପତି ପ୍ରକାଶ କରିଛନ୍ତି। ମାସ୍କ ତିଆରିବେଳେ ପରିଷ୍କାର ପରିଛନ୍ନତାକୁ ଗୁରୁତ୍ୱ ଦେଉଥିବା ସେ କହିଛନ୍ତି । ଏବେ ଛେଣ୍ଡିପଦା, କିଶୋରନଗର ଓ କଣିହାଁ ଆଦି ଅଞ୍ଚଳରୁ ମଧ୍ୟ ମାସ୍କ ତିଆରି ପାଇଁ ଅର୍ଡର ଆସୁଥିବା ସେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.