Webportal

ଛାତ୍ରଙ୍କୁ ଶିକ୍ଷକଙ୍କ ଚପଲ ମାଡ଼ ଅଭିଯୋଗ

0 175

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ମୋଟର ଉଚ୍ଚ ବିଦ୍ୟାଳୟ ରେ ଛାତ୍ରଙ୍କୁ ଶିକ୍ଷକ ଚପଲ ରେ ମାଡ ମାରିଥିବା ଅଭିଯୋଗ ହୋଇଛି |ମୋଟର ଗ୍ରାମର ପ୍ରତାପ ଶବର ପୁଅ ଗଗନ ଶବର ମଙ୍ଗଳବାର ଦିନ ପାଠ ପଡ଼ିବା ପାଇଁ ବିଦ୍ୟାଳୟ କୁ ଯାଇଥିବା ବେଳେ କୌଣସି ଘଟଣା କୁ ନେଇ ଶିକ୍ଷକ ଆଦିତ୍ୟ ଦାସ ରାଗି ଯାଇ ଗଗନକୁ ଚପଲ ରେ ମାଡ ମାରିଥିବା ନେଇ ଗଗନ ଶବର ପରିବାର ଲୋକଙ୍କୁ କାନ୍ଦି କାନ୍ଦି ଜଣାଇ ଥିଲେ ବୋଲି ଗଗନ ଶବର ଙ୍କ ମା ପ୍ରକାଶ କରିଛନ୍ତି |ଏନେଇ ବୁଧବାର ଦିନ ଗ୍ରାମ ବାସୀ ଉକ୍ତ ବିଦ୍ୟଳୟ ପାଖରେ ରାସ୍ତା ଅବରୋଧ କରିଥିଲେ, ଯାହା ଫଳରେ ଜାତୀୟ ରାଜପଥ ୨୬ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା ଖବର ପାଇ ଘଟଣା ସ୍ଥଳରେ କୋକସରା ପୁଲିସ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ |ଗଗନ ଶବର ଙ୍କ ମା ଲିଖିତ ଅଭିଯୋଗ ଶିକ୍ଷକ ଙ୍କ ନାମରେ ଦେଲା ପରେ ଶିକ୍ଷକ ଙ୍କୁ ପୁଲିସ ଥାନା କୁ ନେଇ ଅଟକ ରଖି ପଚରାଉଚରା କରୁଛି। ପରେ ରାସ୍ତା ଅବରୋଧ ରୁ ଗ୍ରାମବାସୀ ହଟିଥିଲେ।

Leave A Reply

Your email address will not be published.