Webportal

ଗଛ କାଟିବା ହେଲା କାଳ

0 283

ଆଜି ଏ ପରି ଏକ ଦୁଃଖଦ ଘଟଣା ଘଟିଛି ତାଳଚେର ଅନ୍ତର୍ଗତ ତାଳବେଡା ଗ୍ରାମର ସୌଭାଗ୍ୟନଗର ସାହି ରେ । ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ଶ୍ରୀକାନ୍ତ ବେହେରା (୨୫) ସବୁଦିନ ଭଳି ଆଜି ଦିନମଜୁରୀ ପାଇଁ ଯାଇଥିଲେ ଗଛ କାଟିବା ପାଇଁ ,ଗଛ କାଟିବାରେ ଅସାବଧାନତା ପାଇଁ ଗଛ ମାଡି ବସିବାରୁ ତାଙ୍କର ଘଟଣା ସ୍ଥଳରେ ମୃତ ହୋଇଛି । ମୃତକ  ଶ୍ରୀକାନ୍ତ ବେହେରା (୨୫), ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ କମରଦା ଗ୍ରାମର । ଖବର ପାଇ କଣ୍ଢାଳ ସରପଞ୍ଚ ଙ୍କ ପ୍ରତିନିଧି ମଦନମୋହନ ମହାପାତ୍ର, ନାଏବ ସରପଞ୍ଚ ମୀନକେତନ ନାଏକ ଘଟଣା ସ୍ଥଳରେ ପହଞ୍ଚି ମୃତକ ପରିବାରକୁ ସମବେଦନା ଜଣାଇଥିଲେ। ଖବର ପାଇ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି।

Leave A Reply

Your email address will not be published.