Webportal

କୋଇଲା ଖଣି ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ବାଧିତ

ଦୁର୍ଘଟଣା ପାଇଁ ଦାୟୀ କିଏ, କଣ ଜଣାପଡିବ

0 246

ଏମସିଏଲ ଭରତପୁର କୋଇଲା ଖଣିରେ ମାଟି ଅତଡା ଖସି ଚାପି ହୋଇରହିଛନ୍ତି ଶ୍ରମିକ।୯ ଜଣକୁ ସୁରକ୍ଷିତ ଭାବେ ଉଧାର କରାଯାଇଥିବା ବେଳେ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି।
ଏମସିଏଲ ଭରତପୁର କୋଇଲାଖଣିରେ ହୋଇଥିବା ଦୁର୍ଘଟଣା ଯୋଗୁଁ ନିଖୋଜ ଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଦ୍ବିତୀୟ ଦିନରେ ପହଂଚି ଥିବାବେଳେ ଲଗାଣ ବର୍ଷା ଏଥିରେ ବାଧକ ସାଜିଛି l ବର୍ଷା ପାଇଁ ଆଜି ଅଧାରୁ ଉଦ୍ଧାର କାର୍ଯ୍ୟ କୁ ବନ୍ଦ କରିବାକୁ ପଡ଼ିଲା। ଏମିତି ବର୍ଷା ଲାଗି ରହିଲେ ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଦୁର୍ଘଟଣାସ୍ଥଳ ଏବେ ବର୍ଷା ଯୋଗୁଁ  ବିପଦପୂର୍ଣ୍ଣ ପାଲଟି ଥିବାବେଳେ ସନ୍ଧାନୀ କୁକୁରଙ୍କ ସହାୟତା ନିଆ ଯାଇଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରିନି l ଏନଡିଆରଏଫ ଟିମ ମଧ୍ୟ ଉଦ୍ଧାର କାର୍ଯ୍ୟରେ ବିଶେଷ ଅଗ୍ରଗତି କରି ପାରିନାହାନ୍ତି l ପ୍ରବଳ ବର୍ଷା ଯୋଗୁଁ ସମଗ୍ର ଅଂଚଳ ଜଳମୟ ହୋଇପଡ଼ି ଥିବାବେଳେ କିଛି ଅଂଶ ଦୁର୍ବଳ ହୋଇପଡ଼ିଥିବାରୁ ପୁଣି ମାଟି ଧସିବା ସମ୍ଭାବନା ରହିଛି l ତାଳଚେର ଉପଜିଲ୍ଲାପାଳଙ୍କ ସମେତ ସ୍ଥାନୀୟ ବିଧାୟକ ଘଟଣାସ୍ଥଳ ପରିଦର୍ଶନ କରି ଫେରିଛନ୍ତି l ଅପର ପକ୍ଷେ ବିଜେପି ପକ୍ଷରୁ ସମସ୍ତ ଖଣିରେ ବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି lସେପଟେ ଭରତପୁର କୋଇଲା ଖଣି ର କୋଇଲା ଖୋଳା କାମ ସିକଲ କମ୍ପାନୀ କରୁଥିଲା।ଏହି କମ୍ପାନୀ ର ବ୍ୟବସାୟିକ ସଂପର୍କ ସ୍ଥାନୀୟ ବିଧାୟକଙ୍କ ସହ ଥିବା ଚର୍ଚ୍ଚା ହେଉଛି।ଏଠି ପ୍ରଶ୍ନ ଉଠୁଛି ସମ୍ପୃକ୍ତ କମ୍ପାନୀ ଉପରେ କି ପ୍ରକାର ର କାର୍ଯ୍ୟାନୁଷ୍ଠାନ ନିଆଯିବ।ସ୍ଥାନୀୟ ବିଧାୟକଙ୍କ ବ୍ୟବସାୟିକ ସମ୍ପର୍କ ଯଦି ସତ ତେବେ ତାଙ୍କର ଚାପଯୋଗୁଁ କମ୍ପାନୀ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ କି ନାହିଁ।
ମାଟି ତଳେ କେତେ ଲୋକ ପଡିଛନ୍ତି କାହିଁକି ସ୍ପଷ୍ଟ କରୁନି ଏମ ସି ଏଲ।୨ ବର୍ଷ ପୂର୍ବରୁ ବନ୍ଦ ହୋଇପଡିଥିବା ଏହି ଅଞ୍ଚଳକୁ କିଏ ଖୋଳିବାକୁ ଦେଇଥିଲା ଅନୁମତି।ଶ୍ରମିକଙ୍କୁ ସୁରକ୍ଷା ଯୋଗାଇଥିଲା କି ଏମ ସି ଏଲ ।
କେବେ ହଟିବ ସମ୍ପୂର୍ଣ ଘଟଣା ଉପରୁ ପରଦା ତାକୁ ନେଇ ଉଠିଛି ପ୍ରଶ୍ନ।

Leave A Reply

Your email address will not be published.