Webportal

କୁମ୍ଭୀର ପ୍ରକଳ୍ପରୁ ଏକ କୁମ୍ଭୀର ମରି ଭାସୁଥିବାର ସନ୍ଦେହ

0 242

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ବିନିକେଇ ଠାକୁରାଣୀ ନିକଟ ମହାନଦୀ ପାଣିରେ ଏକ କୁମ୍ଭୀର ମରି ଭାସୁଥିବାର ଦେଖିବାକୁ ମିଳିଛି ଯାହା ଟିକରପଡା କୁମ୍ଭୀର ପ୍ରଜନନ କେନ୍ଦ୍ରରୁ ଆସିବାର ଅନୁମାନ କରା ଯାଉଛି। କୁମ୍ଭୀରର ମୃତ୍ୟୁ କିଭଳି ହୋଇଛି ତାହା ସ୍ପଷ୍ଟ ହୋଇ ନଥିବା ବେଳେ ଆଠମଲ୍ଲିକ ସାତକୋଶିଆ ଗଣ୍ଡ ନିକଟରେ ଥିବା ରିଜର୍ଭ ଫରେଷ୍ଟ ଏରିଆରେ ମାଛ ମରା ଜାଲରେ ପଡି କୁମ୍ଭୀରଟିର ମୃତ୍ୟୁ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି। ମୃତ କୁମ୍ଭୀର କୁ ପାଣିରୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ କରିବା ପରେ କୁମ୍ଭୀର ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି ଜଣେ ଉଚ୍ଚପଦସ୍ଥ ଅଧିକାରୀ କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ସାତକୋଶିଆ ଗଣ୍ଡରେ କୁମ୍ଭୀର ଵଂଶ ବୃଦ୍ଧି ପାଇଁ ବନ ବିଭାଗ ପକ୍ଷରୁ କୁମ୍ଭୀର ଛଡା ଯାଇଛି ।

Leave A Reply

Your email address will not be published.