Webportal

ଉତ୍ତର ପୂର୍ବାଂଚଳ ପୋଲିସ ରେଞ୍ଜ ପକ୍ଷରୁ ବିଭାଗୀୟ ଅଧିକାରୀ ମାନଙ୍କୁ ସମ୍ବର୍ଦ୍ଧନା

0 242

ଉତ୍ତର କେନ୍ଦ୍ରାଞ୍ଚଳ ପୋଲିସ ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ଓ କୁଟପ୍ରଶ୍ନ ପ୍ରତିଯୋଗିତା ଆଲୋଚନା ଚକ୍ର   ନାଲକୋ ରେ ଅନୁଷ୍ଠିତ ହୋଇଯାଇଅଛି ଯେଉଁଥିରେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଓ ଅନୁଗୋଳ ଏସପି ଜଗମୋହନ ମିନା, ଢେଙ୍କାନାଳ ଏସପି ଅନୁପମା ଜେମ୍ସ, ପିଟିସିର ଉପାଧ୍ୟକ୍ଷ ସମ୍ମାନୀତ ଅତିଥି ଭାବେ ମଞ୍ଚାସିନ ଥିଲେ। ଏହି ଅବସରରେ ବରିଷ୍ଠ ପୋଲିସ ଅଧିକାରୀ ମାନେ ମହିଳା ପୋଲିସ ଅଧିକାରୀ ସମ୍ପ୍ରତି ସମାଜରେ ନିକ୍ଷୁଣ ଓ ନିରନ୍ତର ସଚେତନତା ରହିବା ସହ ନିଜ କାର୍ଯ୍ୟରେ ଅଦମ୍ୟ ଉଦ୍ୟମ କରୁଥିବା ଓ ପୁରୁଷ ପୋଲିସ ଅଧିକାରୀଙ୍କ ଅପେକ୍ଷା ମହିଳା ପୋଲିସ ଅଧିକାରୀ ମାନେ ଅଧିକ ପୁରସ୍କୃତ ହେବାକୁ ଖୁବ ପ୍ରଶଂସା କରିଥିଲେ । ଭାରତ ବର୍ଷରେ ଓଡିଶା ଅପରାଧ ନିୟନ୍ତ୍ରଣ ତଥା ଅପରାଧି ଖସି ଯିବା କ୍ଷେତ୍ରରେ ତଳ ଆଡୁ ପଞ୍ଚମ ସ୍ଥାନ ନେଇ ଦୁଃଖ ପ୍ରକାଶ କରିଥିଲେ । ତେଣୁ ଦାୟିତ୍ବରେ ଥିବା ପୋଲିସ ମାନେ ଦୋଷୀ କିପରି ନିର୍ଦୋଷରେ ଖସି ନଯାଉ, ସେଥିପାଇଁ ନିର୍ଭୁଲ ଭାବରେ କେସ ରେକର୍ଡ ବିଚାର ବିଭାଗରେ ପହଂଚିବା ନେଇ ପରାମର୍ଶ ଦେଇଥିଲେ । ଏହି ଅବସରରେ ଡିଆଇଜି ନରସିଂହ ଭୋଳ ନିକଟ ଅତୀତରେ ଲଣ୍ଡନରେ ଦିର୍ଘ ମାସାଧିକ କାଳ ପ୍ରଶିକ୍ଷଣ ନେଇଥିବା ବିଷୟ ବସ୍ତୁର କିଛି ମୁହୂର୍ତ୍ତ ଅର୍ଥାତ କିଛି ଅଂଶ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥାପନ କରିଥିଲେ, ଯାହା ଦ୍ୱାରା ସେମାନେ ୯୦ ପ୍ରତିଶତ ସଫଳତା ପାଉଥିଲେ । ଆମେ ସମସ୍ତେ ମୃତ୍ୟୁ ପର୍ଯ୍ୟନ୍ତ ଚାହିଁବା, ଶିଖିବା, ପଢିବା ପ୍ରତି ଆଗ୍ରହ ରଖିଲେ ଏକ ସୁସମାଜ ଗଢି ତୋଳିବାରେ ମୁଖ୍ୟ ସହାୟକ ହୋଇପାରିବା ବୋଲି ଉପରିସ୍ଥ ପୋଲିସ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଅନୁଗୋଳ ଏସପି ଜଗମୋହନ ମିନା ଏହି ଅବସରରେ ସଂପତି ପରିସ୍ଥିତିରେ ଟେକଲୋଜି ପ୍ରତି ଆଗ୍ରହୀ ହେବାକୁ ପରାମର୍ଶ ଦେଇଥିଲେ । ଦୋଷୀ କିଭଳି ଦଣ୍ଡ ପାଇବ ଓ ନିର୍ଦୋଷ ଭାବରେ ଖଲାସ ନହେବ ସେଥିପ୍ରତି ଗୁରୁତ୍ୱାରୋପ କରିଥିଲେ । ସେହିଭଳି ଢେଙ୍କାନାଳ ଏସପି ଅନୁପମା ଜେମ୍ସ ଦୋଷୀ କିଭଳି ସହଜରେ ଖସି ନଯିବ ତାହାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ସ୍ମାର୍ଟ ଫୋନ ବ୍ୟବହାର କରିବା ସହ ଫରେନ୍ସିକ ଟୁଲସ ଅଧିକ ରୁ ଅଧିକ ବ୍ୟବହାର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ବିଭିନ୍ନ ଅପରାଧିକ ମାମଲାରେ ସଫଳତା ଲାଭ କରିଥିବା ମୋଟ ୨୧ ଜଣ ସବ ଇନିସ୍ପପେକ୍ଟର ଓ ଇନିସ୍ପପେକ୍ଟରଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରାୟ 300ରୁ ଉର୍ଦ୍ଧ୍ବ ପୋଲିସ କର୍ମଚାରୀ ସାମିଲ ଥିଲେ।

Leave A Reply

Your email address will not be published.