Webportal

ଅଷ୍ଟମ ଅନୁଗୁଳ ଜିଲ୍ଲା ମହୋତ୍ସବ ଫେବୃଆରୀ ସାତ, ଆଠ ଓ ନଅ ତାରିଖରେ

ଚଳିତ ବର୍ଷର ବାର୍ତା "ଜଳ ସଂରକ୍ଷଣ

0 439

ଅଷ୍ଟମ ଜିଲ୍ଲା ମହୋତ୍ସବ ପାଳନ ନିମନ୍ତେ ଜିଲ୍ଲା ସଂସ୍କୃତି ପରିଷଦର ସାଧାରଣ ବୈଠକ ଦଶ ତାରିଖରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାର କଳା, ସଂସ୍କୃତି ଓ ଐତିହ୍ୟ କୁ ବଜାୟ ରଖିବା ନିମନ୍ତେ ପ୍ରତ୍ୟେକ ବର୍ଷ ଜିଲ୍ଲା ମହୋତ୍ସବ ଆୟୋଜନ କରାଯିବା ପାଇଁ ଗୁରୁତ୍ୱ ଆରୋପ କରିଥିଲେ।ଚଳିତ ବର୍ଷ ଏହା ଫେବ୍ରୁଆରୀ ସାତ, ଆଠ ଓ ନଅ ତାରିଖରେ ଅନୁଗୁଳ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଓ ଏଗାର ତାରିଖ ପର୍ଯ୍ୟନ୍ତ ଓରମାସ ଦ୍ଵାରା ପଲିଶ୍ରୀ ମେଳା ଓ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ଆୟୋଜନ କରାଯିବ।ମହୋତ୍ସବ ଅବସରରେ ବାଲୁକା କଳା, ତୃତୀୟ ଦିନରେ କବି ସମ୍ମିଳନୀ, ଆଠ ଓ ନଅ ତାରିଖରେ ଯୋଗ ଓ ପ୍ରାଣାୟମ ଶିବିର ଓ ଚିତ୍ରକଳା ପ୍ରଦର୍ଶନୀ ଆୟୋଜନ କରାଯିବ।ମହୋତ୍ସବ ର ଶୁଭାରମ୍ଭ ଜାନୁଆରୀ ତିରିଶ ତାରିଖରେ ମଶାଲ ଶୋଭାଯାତ୍ରା ସହ କରାଯିବ।ଜିଲ୍ଲାର ତିନୋଟି ସ୍ଥାନ ଯଥା ଦେଉଲଝରି, ପାଲହଡା ର ଖୁଲୁଡି ଓ ଟିକରପଡା ର ଶିବ ମନ୍ଦିରରୁ ମଶାଲ ଶୋଭାଯାତ୍ରା ବାହାରି ତାଳଚେର ମା ହିଙ୍ଗୁଳା ପୀଠରେ ଏକତ୍ରିତ ହୋଇ ଅନୁଗୁଳ ଠାରେ ଶୈଳଶ୍ରୀ କ୍ଷେତ୍ରରେ ପହଂଚି ମହୋତ୍ସବ ପର୍ଯ୍ୟନ୍ତ ରହିବ।ଜିଲ୍ଲା ଓ ରାଜ୍ୟ ବାହାରର ପ୍ରତିଷ୍ଠିତ ଲୋକନୃତ୍ୟ ଦଳ ଏଥିରେ ଅଂଶ ଗ୍ରହଣ କରିବେ।ଏହି ଅବସରରେ ଏକ ସ୍ମରଣୀକା ମଧ୍ୟ ପ୍ରକାଶ କରାଯିବ ଯେଉଁଥିରେ ଲେଖା ଦେବାକୁ ଇଛୁକ ବ୍ୟକ୍ତି ଚଳିତ ମାସ କୋଡିଏ ତାରିଖ ସୁଦ୍ଧା ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ପ୍ରଧାନ କରିବାକୁ ହେବ।ଜିଲ୍ଲା ମହୋତ୍ସବ ଆରମ୍ଭ ପୂର୍ବରୁ ସମସ୍ତ ବ୍ଲକ ଓ ପୌରାଞ୍ଚଳ ରେ ମହୋତ୍ସବ ଆୟୋଜନ କରାଯାଇ ଗୋଟିଏ ଶ୍ରେଷ୍ଠ ଦଳକୁ ଜିଲ୍ଲା ମହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେବାକୁ ଦିଆଯିବ।ମହୋତ୍ସବ ର ସୁପରିଚାଳନା ବିଭିନ୍ନ କୋର କମିଟି ଗଠନ କରାଯାଇ ଦିଆଯିବ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥୀ ଗତବର୍ଷ ମହୋତ୍ସବ ର ଆୟବ୍ୟୟ ସୂଚନା ଦେଇଥିଲେ।

Leave A Reply

Your email address will not be published.