Webportal

ଅନୁଗୋଳ ଜିଲ୍ଲା କଂଗ୍ରେସ ଦ୍ୱାରା ପ୍ରତିବାଦ ମଶାଲ ଶୋଭାଯାତ୍ରା ଓ କୁଶ ପୁତ୍ତଳିକା ଦାହ

0 56

ଖଣି ଓ ଖଣିଜଜାତ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ 2026 (MMDR Bill 2026) ପାରିତ।ଯାହାକି ଓଡ଼ିଶା ଭଳି ପ୍ରଚୁର ଖଣି ଓ ଖଣିଜାତ ଦ୍ରବ୍ୟଥିବା ରାଜ୍ୟ ଗୁଡିକୁ ଅକଳନୀୟ ରାଜସ୍ବ କ୍ଷତି ପହଞ୍ଚାଇବ। ଏଥିଲାଗି ଓଡିଶା ୧ ଲକ୍ଷ୍ୟ ୧୦ ହଜାର କୋଟି ବକେୟା ରାଜସ୍ବ ଆଉ ଆଦାୟ କରି ପାରିବ ନାହିଁ।ପ୍ରତିବର୍ଷ ଓଡିଶା ପାଖାପାଖି 20 ହଜାର କୋଟି ଟଙ୍କାର ରାଜସ୍ବ ହରାଇବ । ଏହାର ପ୍ରତିବାଦରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ସୁନିଲ୍ ପ୍ରଧାନ କହିଥିଲେକି ଓଡ଼ିଶାର ଜମି ଅଥଚ ଓଡିଆଙ୍କର ଲାଭ ହେବ ନାହିଁ, ଦେଶର ସଙ୍ଘୀୟ ବ୍ୟବସ୍ଥା ପ୍ରତି ଏହା ଏକ ବଡ କୁଠାର ଘାତ, ରାଜ୍ୟ ଗୁଡିକର ବିକାଶ ଘୋର ବାଧାପ୍ରାପ୍ତ ହେବ, ଡବଲ ଇଞ୍ଜିନ ସରକାର ଖାଲି କଥାରେ ଏବଂ ସୁପ୍ରିମ କୋର୍ଟଙ୍କ ରାୟକୁ ବଦଳାଇ ନୁଆ ବିଧେୟକ କାହା ସ୍ୱାର୍ଥରେ ?ଏହି କଳା ଆଇନକୁ ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ଏ ଆନ୍ଦୋଳନ ଜାରି ରହିବ ବୋଲି ସମସ୍ତ ଵକ୍ତା ପ୍ରକାଶ କରିଥିଲେ। ଏଥିରେ ପିସିସିର ଉପ ସଭାନେତ୍ରୀ ସସ୍ମିତା ବେହେରା, ଉମେଶ ଚନ୍ଦ୍ର ସାହୁ, ତପନ ପଧାନ,ଦାଶରଥି ସାହୁ, ରାକେଶ ମିଶ୍ର, ବିନୋଦ ମାଝୀ, ଅଜୟ ବେହେରା, ରଶ୍ମି ରଞ୍ଜନ ସାହୁ, ଚିତ୍ତ ରଞ୍ଜନ ନାଏକ, ଜିତେନ୍ କୁମାର ସାହୁ, ଅମୁଲ୍ୟ ବେହେରା, ଗୋପାଳ ଚନ୍ଦ୍ର ନାଥ, ସହଦେବ ବେହେରା, ସୌଭାଗ୍ୟ ବିଶ୍ବାଳ, ସୁବାଷ ଚନ୍ଦ୍ର ସାହୁ, ଅଳକାରାଣୀ ମହାପାତ୍ର, ମାନିନୀ ପ୍ରଧାନ, ପଦ୍ମିନୀ ନାଏକ, ଲିଲି ବେହେରା, ସୁଦୀପ ମିଶ୍ର, ଲକ୍ଷ୍ମୀଧର ପୃଷ୍ଟି, ସରୋଜ ଗୋଚ୍ଛାୟତ, ନିରଞ୍ଜନ ଦାସ, ଅଭୟ ବେହେରା, ସଞ୍ଜୟ ସାହୁ, ଅଶୋକ ନାଏକ, ଅଭିନାସ ଦଳବେହେରା , ମୁରଲୀ ସାହୁ ଏବଂ ଶହ ଶହ କଂଗ୍ରେସ କର୍ମୀ କଂଗ୍ରେସ ଭବନରୁ ବାହାରି ବଜାର ପୁରୁଣା ବସଷ୍ଟାଣ୍ଡ , କାଞ୍ଚନ ଟକିଜ୍ ଛକ ଓ ଥାନା ଛକ ଦେଇ ରାଜା ଛକ ଠାରେ ପହଞ୍ଚି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କଳା ଆଇନ ବିରୋଧରେ ଚୁପ୍ ରହିଥିବା ଓଡିଶାର 20 ଜଣ ବିଜେପି ସାସଂଦଙ୍କର କୁଶ ପୁତ୍ତଳିକା ଦାହ କରିଥିଲେ।

Leave A Reply

Your email address will not be published.