Webportal

ଅନୁଗୁଳ ବନ୍ଦ ହେଲା, ଛାଡ଼ିଗଲା ପ୍ରଶ୍ନ

ଖୁସି ହେଲେ ବିଜେପି ସଦସ୍ୟ

0 781

ଆଜି ବିଜେପି ପକ୍ଷରୁ ଦିଆଯାଇଥବା ଅନୁଗୁଳ ସହର ମୋଟା ମୋଟୀ ଭାବେ ସଫଳ ହେବା ଦେଖାଯାଉଛି,ହବନି ବା କାହିଁକି। ବନ୍ଦ ଡାକରା ପରିପ୍ରେକ୍ଷୀରେ ଲୋକଙ୍କ ମନରେ ଅଘଟଣ ର ଡର ଓ କିଛି ଜାଗାରେ ବନ୍ଦ କାରୀଙ୍କ ବଳ ପ୍ରୟୋଗ ବା ବନ୍ଦ ପାଇଁ ବାଧ୍ୟ କରିବା ଆଜି ଦିନରେ ଯେ କୌଣସି ବି ବନ୍ଦ କୁ ସଫଳ କରିବାରେ ସମ୍ପୂର୍ଣ୍ଣ ସାହାଯ୍ୟ କରେ।ଏପରିକି ଉକ୍ତ ଦଳ ପକ୍ଷରୁ କେବଳ ଅନୁଗୁଳ ପୌରାଞ୍ଚଳ ବନ୍ଦ ଡାକରା ଦିଆ ଯାଇଥିଲେ ମଧ୍ୟ ସହର ବାହାରର ଆଖ ପାଖ ଅଞ୍ଚଳ ମଧ୍ୟ ଡରରେ ଆପେ ଆପେ ବନ୍ଦ ହୋଇ ଯାଇଥିଲା, କାରଣ ସହର ବାହାର ଅଞ୍ଚଳର ଲୋକେ ବୋଧହୁଏ କେବଳ ପୌରାଞ୍ଚଳ ବନ୍ଦ ଡାକରା ଦିଆଯାଇଥିବା କଥା ଜାଣି ପାରି ନ ଥିଲେ। ରାସ୍ତାରେ ଗାଡ଼ି ଗୁଡ଼ିକ ର ଲମ୍ବା ଲାଇନ ଲାଗି ରହିଥିବା ଦେଖାଯାଇଛି।ବ୍ୟାଙ୍କ ଓ ସରକାରୀ କାର୍ଯ୍ୟାଳୟ ଆଦି ବନ୍ଦ କରାଇ ଦିଆ ଯାଇଛି।ଶିକ୍ଷା ଅନୁଷ୍ଠାନ ମଧ୍ୟ ବନ୍ଦ ରହିଛି। ଏ ବନ୍ଦ ଲୋକଙ୍କ ମନରେ ବଡ଼ ପ୍ରଶ୍ନ ଛାଡ଼ିଦେଇଛି, ତାହା ହେଲା କି ଲୋକଙ୍କ ସମସ୍ୟା ର ସମାଧାନ କରିବାକୁ ସେହି ଲୋକଙ୍କୁ ହଇରାଣ କରି, ଗମନାଗମନ ବନ୍ଦ କରି, ଶିକ୍ଷା ଅନୁଷ୍ଠାନ ବନ୍ଦ କରି, ଯିଏ ସମର୍ଥ ନ କଲା ତା ଉପରେ ଜୋର ଜବରଦସ୍ତ କରି ବନ୍ଦ କରିବା କଣ ଏକ ମାତ୍ର ଉପାୟ ନା ଅନ୍ୟ କୌଣସି ଉପାୟ ଚିନ୍ତା କରା ଯାଇ ପାରିବ ଲୋକଙ୍କ ସମସ୍ୟାର ସମାଧାନ କରିବା ପାଇଁ ଯାହାକୁ ପ୍ରବଳ ମାତ୍ରାରେ ଜନ ସମର୍ଥନ ମଧ୍ୟ ମିଳିବ।

Leave A Reply

Your email address will not be published.